Latest Odisha News

BREAKING NEWS

ଆଜିଠୁ ଦେଶରେ ମୋଦୀ ୩.୦, ଶପଥ ଗ୍ରହଣ ସମାରୋହ ପାଈଁ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଆଜିଠୁ ଦେଶରେ ମୋଦୀ ୩.୦ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ ମୋଦୀ । ଆଜି ମୋଦୀଙ୍କ ଶପଥ ଗ୍ରହଣ । ଆଜି ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହି ସମାରୋହରେ ସାର୍କ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଇଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି।

ଶପଥ ଗ୍ରହଣ ଉତ୍ସବରେ ୭ ଜଣ ବିଶ୍ବ ନେତାଙ୍କ ସମେତ ୮ ହଜାରରୁ ଅଧିକ ଅତିଥି ମଧ୍ୟ ଯୋଗଦେବେ। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ, ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ସିସିଲ୍ସ ଉପରାଷ୍ଟ୍ରପତି ଅହମଦ ଅରିଫ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା, ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ, ଭୂଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେ ସମାରୋହରେ ସାମିଲ ହେବେ। ଅନ୍ୟପଟେ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଭବନ ଅଞ୍ଚଳରେ ପାରାମିଲିଟାରୀ ଫୋର୍ସ ତଥା ଏନଏସଜି କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ଏହାସହ ଦିଲ୍ଲୀର କିଛି ଅଞ୍ଚଳକୁ ‘ନୋ ଫ୍ଲାଏ ଜୋନ୍’ ଘୋଷଣା କରାଯାଇ ବିମାନ, ହେଲିକପ୍ଟର, ବେଲୁନ୍‌, ଓ ଡ୍ରୋନ୍‌ ଆଦିର ଉଡ଼ିବା ଉପରେ ରୋକ ଲଗାଯାଇଛି।

ତେବେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁଥିବାବେଳେ ତାଙ୍କ ମନ୍ତ୍ରିମଣ୍ଡଳରେ କେଉଁ ମାନେ ସାମିଲ ହେବେ ସେ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଏଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ମିଳିପାରେ ବୋଲି ଆଲୋଚନା ହେଉଛି।

Comments are closed.