Latest Odisha News

ବିଦ୍ୟୁତ୍ ପଳାଇବାରୁ ମହାକାଶ କେନ୍ଦ୍ର ସହ ତୁଟିଗଲା ନାସାର ସମ୍ପର୍କ

ୱାଂଶିଟନ୍: ଆମେରିକାର ଅନ୍ତରୀକ୍ଷ ସଂସ୍ଥା ନାସାରୁ ବିଦ୍ୟୁତ କଟିଯିବା ଫଳରେ ମଙ୍ଗଳବାର ମିଶନ କଣ୍ଟ୍ରୋଲ୍ ଓ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା । ମହାକେଶ କେନ୍ଦ୍ରକୁ ମିଶନ କଣ୍ଟ୍ରୋଲରୁ କମାଣ୍ଡ ଦିଆ ଯାଇ ପାରି ନଥିଲା । ଅନ୍ତରୀକ୍ଷରେ ଥିବା ୭ ମହାକାଶଚାରୀଙ୍କ ସହ ଯୋଗାଯୋଗ ହୋଇ ପାରୁ ନଥିଲା ।

ହ୍ୟୁଷ୍ଟନର ଜନସନ୍ ସ୍ପେସ୍ ସେଣ୍ଟର ବିଲ୍ଡିଂର କାମ ଚାଲିଥିବା ବେଳେ ବିଦ୍ୟୁତ୍ କଟିଯିବାରୁ ଏଭଳି ସ୍ଥିତି ଉପୁଜିଥିଲା । ମହାକାଶ କେନ୍ଦ୍ରର ପ୍ରୋଗ୍ରାମ ମ୍ୟାନେଜର ମୋଣ୍ଟାଲବାନୋ କହିଛନ୍ତି, ମହାକାଶ ଯାତ୍ରୀ ଓ ଅନ୍ତରୀକ୍ଷ ମହାକାଶ କେନ୍ଦ୍ର କେବେ ବିପଦରେ ନଥିଲା । କାରଣ ଏହି ସମସ୍ୟା ଏଠା ସହ ଜଡ଼ିତ ମହାକାଶ ସହ ନୁହେଁ । ବ୍ୟାକଅପ୍ କଣ୍ଟ୍ରୋଲ ବ୍ୟବସ୍ଥା ୯୦ ମିନିଟ୍ ଭିତରେ କାର୍ଯ୍ୟକ୍ଷମ ହୋଇଥିଲା । ବିଦ୍ୟୁତ୍ ଯିବାର ୨୦ ମିନିଟ୍ ମଧ୍ୟରେ ଏନେଇ କ୍ରୁ ସଦସ୍ୟଙ୍କୁ ଏସିଆନ୍ କମ୍ୟୁନିକେସନ୍ ବ୍ୟବସ୍ଥା ଦ୍ୱାରା ସମସ୍ୟା ନେଇ ଅବଗତ କରାଯାଇଥିଲା ।

ମୋଣ୍ଟାଲବାନୋଙ୍କ ଅନୁସାରେ, ପ୍ରଥମ ଥର ପାଇଁ କଣ୍ଟ୍ରୋଲକୁ ନେବା ଲାଗି ବ୍ୟାକଅପ୍ ସିଷ୍ଟମକୁ ନାସା ଆକ୍ଟିଭ୍ କରିଥିଲା । ବାତ୍ୟା ଓ ଅନ୍ୟ ଜରୁରୀକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ନାସା ଏହି ବ୍ୟାକଅପ୍ ସିଷ୍ଟମକୁ ହ୍ୟୁଷ୍ଟନରୁ ବହୁ ଦୂରରେ ପ୍ରସ୍ତୁତ ରଖିଛି । ମଙ୍ଗଳବାର କଣ୍ଟ୍ରୋଲ୍ ମିଶନ କାର୍ଯ୍ୟ କରିବା ବନ୍ଦ କରି ଦେଇଥିବା ବେଳେ ଲାଇଟ୍ ଓ ଏୟାର କଣ୍ଡିସନର କାମ କରୁଥିଲା ।

୨ ବର୍ଷ ତଳେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଯେଉଁ ସ୍ଥାନରେ ଅବସ୍ଥାନ କରେ ସେଠାରୁ ୪୫ ମିନିଟ୍ ଯାଏ ହଟି ଯାଇଥିଲା । ଏହା ପରେ ନାସାର କଣ୍ଟ୍ରୋଲ ସେଣ୍ଟର୍ସ ସଦସ୍ୟ କଣ୍ଟ୍ରୋଲ ଥ୍ରଷ୍ଟର୍ସ ସାହାଯ୍ୟରେ ଷ୍ଟେସନକୁ ତା ସ୍ଥାନରେ ପହଞ୍ଚାଇ ଥିଲେ । ଏହା ଋଷ ଲ୍ୟାବୋରେଟରୋ ମଡ୍ୟୁଲ୍ ନାଉକାରେ ବୈଷୟିକ ତ୍ରୁଟି ପାଇଁ ଘଟିଥିଲା ।

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ହେଉଛି ପୃଥିବୀ ୪ ପଟେ ଘୂରୁଥିବା ଏକ ବଡ଼ ମହାକାଶ ଯାନ । ଯେଉଁଥିରେ ମହାକାଶଚାରୀ ରହିବା ସହ କାର୍ଯ୍ୟ କରନ୍ତି । ଏହି ଯାନ ଘଣ୍ଟା ପ୍ରତି ୨୮ ହଜାର କିଲୋମିଟର ବେଗରେ ଗତି କରିଥାଏ । ପ୍ରତି ୯୦ ମିନିଟରେ ଏହା ପୃଥିବୀର ପରିକ୍ରମା କରିଥାଏ ।

Comments are closed.