Latest Odisha News

BREAKING NEWS

ଚନ୍ଦ୍ର ଚାରିପଟେ ରହସ୍ୟମୟ ବସ୍ତୁ କାଟୁଛି ଚକ୍କର

ୱାଶିଂଟନ: ଆମେରିକା ସ୍ପେଶ ଏଜେନ୍ସି ନାସାର ଏକ ଅର୍ବିଟେର ଚନ୍ଦ୍ର ଚାରିପଟେ ଏକ ରହସ୍ୟମୟ ବସ୍ତୁ ଚକ୍କର କାଟୁଥିବା ଫଟୋ ଉଠାଇଛି । ଏ ସମ୍ପର୍କରେ ନାସା ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହା ଅଦୃଶ୍ୟ ହୋଇ ଯାଇଥିଲା । ଏହା ଏକ ସର୍ଫବୋର୍ଡ ଆକାରର ବସ୍ତୁ ଥିଲା । ଚନ୍ଦ୍ର ନିକଟରେ ଅନ୍ୟ ସ୍ପେଶଶିପର ଉପସ୍ଥିତି ଏହା ପୂର୍ବରୁ ନଜରକୁ ଆସି ନ ଥିଲା । ବୈଜ୍ଞାନିକମାନେ ମଧ୍ୟ ଏଡି ଘଟଣା ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି । ଏପରିକି ଏହା ଏଲିୟନ ଶିପ କିମ୍ବା ୟୁଏଫଓ ହୋଇଥାଏ ପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ଏବେ ଏଲଆରଓ ଚନ୍ଦ୍ର ଉପରେ କଡା ନଜର ରଖିଛି ।

ଏହି ଅଜ୍ଞାତ ଅନ୍ତରୀକ୍ଷ ଯାନ ସମ୍ପର୍କରେ ଜଣା ପଡିବା ପରେ ନାସାର ଗୋଡାର୍ଡ ସ୍ପେସ ଫ୍ଲାଇଟ ସେଂଟରରେ ସମସ୍ତଙ୍କୁ ସତର୍କ କରାଯାଇଛି । ଏଲଆରଓ କ୍ୟାମେରାରେ ୦.୩୩୦ ମିଲିସେକେଣ୍ଡ ସମୟ ମଧ୍ୟରେ ଏହାକୁ ଠାବ କରାଯାଇଥିଲା । ତଥାପି ଏହି ଯାନର ଆଂଶିକ ଫଟୋ ନେବାରେ ଟିମ ସଫଳ ହୋଇଛନ୍ତି । ଖୁବ ଶୀଘ୍ର ଏ ନେଇ ଅଧିକ ତଥ୍ୟ ସଂଗ୍ରହ କରାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି ।

Comments are closed.