Latest Odisha News

ପୃଥିବୀ ସହ ମାଡ଼ ହେବ ସୌର ଝଡ଼, ନାସାର ଚେତାବନୀ

ନୂଆଦିଲ୍ଲୀ: ପୃଥିବୀ ସହ ମାଡ଼ ହେବାକୁ ଯାଉଛି ସୌର ଝଡ଼। ଯାହା ଫଳରେ ବୈଦ୍ୟୁତିକ ଯୋଗାଯୋଗ ପ୍ରଭାବିତ ହୋଇପାରେ। ଆମେରିକୀୟ ବୈଜ୍ଞାନିକମାନେ ଏଭଳି ଚେତାବନୀ ଦେଇଛନ୍ତି।

ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ ଆଗାମୀ ସୌର ଝଡ଼ ଦୂରସଞ୍ଚାର ଏବଂ ଉପଗ୍ରହ ଉପରେ ପ୍ରଭାବ ପକାଇପାରେ। ଭାରତୀୟ ବୈଜ୍ଞାନିକମାନେ ଏହାର ତଦାରଖ କରୁଛନ୍ତି। ଆଗାମୀ କିଛି ଦିନ ପୃଥିବୀ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ଯେହେତୁ ଝଡ଼ ଦ୍ରୁତ ଗତିରେ ଆଗକୁ ବଢୁଛି।

ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ଏକ ବଡ଼ ହଲଚଲ ସୃଷ୍ଟି କରିପାରେ ଯାହାକୁ ଜିଓମ୍ୟାଗ୍ନେଟିକ୍ ଝଡ଼ କୁହାଯାଏ। ରେଡିଓ ବ୍ଲାକଆଉଟ୍ ବିଦ୍ୟୁତ୍ କାଟ ପରି ପ୍ରଭାବ ସୃଷ୍ଟି କରିପାରେ। ବର୍ତ୍ତମାନର ସୌର ଚକ୍ରର ସବୁଠାରୁ ଶକ୍ତିଶାଳୀ ସୌରଝଡ଼ କରୋନାଲ୍ ମାସ୍ ଇଜେକସନ (ସିଏମଇ) ସହିତ ଧକ୍କା ହେବାକୁ ପୃଥିବୀ ଯାଉଛି।

ଅପରପକ୍ଷରେ ଇସ୍ରୋର ବିଶେଷଜ୍ଞମାନେ ସତର୍କତା ଅବଲମ୍ବନ କରିବାକୁ ଭାରତୀୟ ଉପଗ୍ରହ ଅପରେଟରମାନଙ୍କୁ ସୂଚନା ଦେଇଛନ୍ତି। ତଥାପି ଏହା ପାଇଁ ପୃଥିବୀର ସିଧାସଳଖ କୌଣସି କ୍ଷତି କରିପାରେ ନାହିଁ, କାରଣ ଗ୍ରହର ଚୁମ୍ବକୀୟ କ୍ଷେତ୍ର ଏବଂ ବାୟୁମଣ୍ଡଳ ଆମକୁ ଏହି ଝଡରୁ ରକ୍ଷା କରିଥାଏ।

Leave A Reply

Your email address will not be published.