Latest Odisha News

BREAKING NEWS

ଆନ୍ଦୋଳନରେ ସାମିଲ ହେଲା ମହାରାଷ୍ଟ୍ର କୃଷକ

ନୂଆଦିଲ୍ଲୀ: ନୂତନ କୃଷି ନିୟମକୁ ବିରୋଧ କରି ଦୀର୍ଘ ଦିନ ଧରି କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି । ଏବେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ରର କୃଷକ । ରାଜ୍ୟର ୨୧ ଜିଲ୍ଲାର କୃଷକ ନାସିକରୁ ମୁମ୍ବାଇ ୧୮୦ କିଲୋମିଟର ପର୍ଯ୍ୟନ୍ତ ଏକ ରାଲୀ ବାହାର କରିବେ । ରିପୋର୍ଟ ମୁତାବକ ଏନସିପି ଅଧ୍ୟକ୍ଷ ଶରଦ ପାୱାର ମଧ୍ୟ ଏଥିରେ ସାମିଲ ହେବେ ।

ଶନିବାର ନାସିକରେ କୃଷକମାନେ ଏକତ୍ର ହେବା ସହ ବୈଠକ କରିଥିଲେ । କିଛି ଦିନ ତଳେ ପାୱାର କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ ଯେ, କୃଷକମାନଙ୍କ ଧୈର୍ଯ୍ୟର ପରୀକ୍ଷା ନିଅନି । ନ ହେଲେ ସ୍ଥିତି ଅସମ୍ଭାଳ ହେବ । ଜାନୁୟାରୀ ୨୬ରେ ଦିଲ୍ଲୀ ବର୍ଡର ଟ୍ରାକ୍ଟର ରାଲୀ ବାହାର କରିବେ । ଏହା ପୂର୍ବରୁ ମହାରାଷ୍ଟ୍ର ନାସିକମାନେ ରାଲୀ ବାହାର କରି ସାରିଛନ୍ତି ।

Leave A Reply

Your email address will not be published.