Latest Odisha News

BREAKING NEWS

ଲକ୍ ଡାଉନ ନେଇ ଚିନ୍ତାରେ ନଟିଆ

ଏବେ କରୋନାକୁ ନେଇ ଚିନ୍ତାରେ ନଟିଆ । ଲକ୍ ଡାଉନ ଯୋଗୁଁ ସେ କବାଟ ଦେଇ ଘରେ ରହୁଛି । କିଏ ଘରକୁ ଆସିଲେ କବାଟ ଖୋଲିବାକୁ ରାଜି ନୁହେଁ । କେବଳ ସେତିକି ନୁହେଁ ଘରକୁ ଆସିଥିବା କକାଙ୍କୁ ଏକ ମିଟର ଦୂରରେ ରହିବାକୁ କହୁଛି । ଏପରିକି ତାଙ୍କୁ ଚା ବିସ୍କୁଟ ଖାଇବା ପୂର୍ବରୁ ହାତ କେମିତି ଧୋଇବା ତା ବି ଶିଖଉଛି ।

କେବଳ ସେତିକି ନୁହେଁ ତା ମାଆ ଛିଙ୍କିଲା ବେଳେ ତାକୁ ମୁହଁରେ କପଡା ଦେଇକି ଛିଙ୍କିବାକୁ କହୁଛି । ସାହିରେ ପିଲାଏ ସାଙ୍ଗ ହେଇକି ଗପୁ ଥିବା ବେଳେ ତାଙ୍କୁ ବାରଣ କରୁଛି ।

ସୂଚନାଯୋଗ୍ୟ ଯେ ନଟିଆ କାର୍ଟୁନ ଚରିତ୍ରକୁ ନେଇ ପିଲାଠାରୁ ବୁଢା ଯାଏଁ ବେଶ୍ କ୍ରେଜ ରହିଛି । ତେଣୁ ନଟିଆର ସଚେତନତା ପ୍ରଭାବ ପକାଇବ ବୋଲି ଆଶା ରହିଛି । ଏହା ପୂର୍ବ ଦୁଇଟି ଏପିସୋଡରେ ବି ନଟିଆ କରୋନା ସଂକ୍ରମଣ ନେଇ ଲୋକଙ୍କୁ ସଚେତନ କରିଥିଲା ।

Leave A Reply

Your email address will not be published.