Latest Odisha News

BREAKING NEWS

୨୧ ବର୍ଷରେ ‘କାରଗିଲ୍ ବିଜୟ’ ଦିବସ; ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ଦେଶ

ଭୁବନେଶ୍ୱର: ଆଜି ହେଉଛି ‘କାରଗିଲ୍ ବିଜୟ ଦିବସ’ । ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖରେ ଭାରତୀୟ ସେନାର ‘ଅପରେସନ ବିଜୟ’ ଅଭିଯାନ ସଫଳ ହେବା ସହ ପାକିସ୍ତାନୀ ଅନୁପ୍ରବେଶ କାରୀଙ୍କ ଯୋଜନା ପଣ୍ଡ କରିଦେଇଥିଲେ ।

ଏହି ଯୁଦ୍ଧ ମେ ମାସରୁ ଆରମ୍ଭ ହୋଇ ଜୁଲାଇ ୨୬ ତଥା ପାଖାପାଖି ୬୦ ଦିନ ଧରି ଚାଲିଥିଲା । ଏଲଓସି ନିକଟବର୍ତ୍ତୀ କାରଗିଲର ଟାଇଗର ହିଲ୍‌, ଟ୍ରୋଲ ଲିଙ୍ଗ୍ ଭଳି ପର୍ବତ ଶିଖର ଉପରେ ବୀର ଯବାନଙ୍କ ବଳିଷ୍ଠ ପରାକ୍ରମ ବଳରେ ତ୍ରିରଙ୍ଗା ଉଡିଥିଲା ।

ଅଧିକ ପଢନ୍ତୁ- ‘କାରଗିଲ୍ ବିଜୟ ଦିବସ’: ପାକିସ୍ତାନ ସହ ଯୁଦ୍ଧ କରି ବିଜୟ ହୋଇଥିଲା ଭାରତୀୟ ସେନା

କାରଗିଲର ଐତିହାସିକ ବିଜୟର ୨୧ତମ ପୂର୍ତ୍ତି ଅବସରରେ ସାରା ଦେଶ ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ଦେଶବାସୀ ସହିଦଙ୍କ ବୀରତ୍ୱର ସ୍ମୃତି ଚାରଣ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ନ୍ୟାସନାଲ୍ ୱାର ମେମୋରିଆଲ୍‌ଚୁ ଯାଇ ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Comments are closed.