Latest Odisha News

BREAKING NEWS

ଓଡ଼ିଆ ସିନେମା ‘ହାଲୋ ଆର୍ସି’ ୨୨ତମ ‘ଟାଲିନ ବ୍ଳକ ନାଇଟ’ ପିଲ୍ମ ଫେଷ୍ଟିଭାଲ ଲାଗି ମନୋନୀତ

ଭୁବନେଶ୍ୱର: ବେଦମାତା ପ୍ରଡକ୍ସନ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ହାଲୋ ଆର୍ସି’ ମର୍ଯ୍ୟାଦା ସମ୍ପନ୍ନ ୨୨ତମ ‘ଟାଲିନ ବ୍ଲକ ନାଇଟ ଫିଲ୍ମ ଫେଷ୍ଟିଭାଲ’ ଇସ୍ତୋନିଆ, ୟୁରୋପ ପାଇଁ ପ୍ରଥମ ପୂର୍ଣ୍ଣାଙ୍ଗ ଫିଲ୍ମ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି ।

ଟାଲିନଠାରେ ନଭେମ୍ବର ୧୬ ତାରିଖଠାରୁ ୨ ଡିସେମ୍ବର ପର୍ଯ୍ୟନ୍ତ ଏହି ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ବେଦମାତା ପ୍ରଡକ୍ସନ ପ୍ରଯୋଜିତ ହାଲୋ ଆର୍ସି ପକ୍ଷରୁ ପ୍ରଯୋଜକ ଅଜୟ ରାଉତରାୟ ଏହି ଫିଲ୍ମ ମହୋତ୍ସବରେ ଯୋଗ ଦେବେ। ଉଲ୍ଲେଖଯୋଗ୍ୟ ଯେ ‘ହାଲୋ ଆର୍ସି’ ୬୫ତମ ଜାତୀୟ ଫିଲ୍ମ ପୁରସ୍କାର କ୍ରମରେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ, ଶ୍ରେଷ୍ଠ ସଂଳାପ ଓ ଶ୍ରେଷ୍ଠ ଅଭିନେତ୍ରୀ (ସ୍ୱତନ୍ତ୍ର ଉଲ୍ଲେଖ) ସମ୍ମାନ ପ୍ରାପ୍ତ ହୋଇଥିଲା ।

ଏହି ବିଭାଗର ପ୍ରତିଯୋଗିତା ପାଇଁ ପାଞ୍ଚଟି ମହାଦେଶର ୧୧ଟି ମଧ୍ୟରୁ ଏସିଆରୁ କେବଳ୨ଟି ଫିଲ୍ମ ମନୋନୀତ ହୋଇଛି, ୬ଟି ୟୁରୋପୀୟ, ଗୋଟିଏ ଆଫ୍ରିକୀୟ ଓ ୨ଟି ଆମେରିକୀୟ ମଧ୍ୟ ପ୍ରତିଯୋଗିତାରେ ଅବତୀର୍ଣ ହେବେ ।ଉଲ୍ଲେଖଯୋଗ୍ୟଯେ ନର୍ଡିକ ଦେଶ ସମୂହ ଓ ପୂର୍ବ ୟୁରୋପରେ ଟାଲିନ ବ୍ଲକ ନାଇଟ ଫିଲ୍ମ ଫେଷ୍ଟିଭାଲର ଏକ ବିଶିଷ୍ଟ ମହତ୍ୱ ରହିଛି ।

Leave A Reply

Your email address will not be published.