Latest Odisha News

BREAKING NEWS

U-୧୮ ଏସୀୟ ବାଳିକା ରଗବୀ ଚାମ୍ପିୟନ୍ସିପ: ଭାରତୀୟ ଦଳ ୨୨-୫ରେ ୟୁଏଇକୁ ପରାସ୍ତ କଲେ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ଟ-୧୮ ଏସୀୟ ବାଳିକା ରଗବୀ ଚାମ୍ପିୟନ୍ସିପରେ ଭାରତୀୟ ଦଳ ଭରପୁର ଦର୍ଶକଙ୍କ ସାମ୍ନାରେ ୟୁଏଇ ଦଳକୁ ୨୨-୫ରେ ପରାସ୍ତ କରିଛି । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହିତ ୧୨ଟି ଏସୀୟ ରାଷ୍ଟ୍ରର ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।


କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ଏହି ଉଦଘାଟନୀ ମ୍ୟାଚରେ ଭାରତୀୟ ବାଳିକାମାନେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଦମଦାର୍ ଖେଳ ପ୍ରଦର୍ଶନ କରିଥିଲେ । ଦଳରେ ଖେଳୁଥିବା ଓଡ଼ିଆ ଝିଅ ସୁମିତ୍ରା ନାୟକ (ଉପ-ଅଧିନାୟିକା), ସୋନୀ ମନ୍ଦାଙ୍ଗୀ, ଜେମାମଣୀ ନାଏକ, ଲିଜା ସରଦାର ଏବଂ ପାର୍ବତୀ କିସ୍କୁ ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ ।

ଶୁକ୍ରବାର ଖେଳାଯାଇଥିବା ଅନ୍ୟ ମାଚରେ ଚୀନ ଦଳ ଫିଲିପାଇନ୍ସକୁ ୪୯-୦, ଶ୍ରୀଲଙ୍କା ବାଂଲାଦେଶ ଦଳକୁ ୮୧-୧, ଥାଇଲାଣ୍ଡ ଦଳ ନେପାଳକୁ ୬୯-୦ ଏବଂ ହଂକଂ ଦଳ ଚାଇନା-ତାଇପେଇକୁ ୬୯-୦ରେ ପରାସ୍ତ କରିଛନ୍ତି ।

ଏହି ଭାରତୀୟ ଦଳ ପ୍ରଥମଥର ଲାଗି ଭାରତରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏହି ବୟସ ଅନୁଯାୟୀ ରଗବୀ ଅନ୍ତର୍ଜାତୀୟ ଗ୍ରେଡ଼ ପ୍ରତିଯୋଗିତା ଭାରତରେ ପ୍ରଥମଥର ଲାଗି ଆୟୋଜିତ ହେଉଛି ।

ଏହି ଅନ୍ତର୍ଜାତୀୟ ଟର୍ଣ୍ଣାମେଣ୍ଟଏସୀୟ ରଗବୀ ଏବଂ ରଗବୀ ଇଣ୍ଡିଆ ସହିତ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ହେଉଛି ।

Leave A Reply

Your email address will not be published.