ମୁମ୍ବାଇ: ସେପ୍ଟମ୍ବର ୧୬ରେ ସାରା ଦେଶରେ ରାଷ୍ଟ୍ରୀୟ ସିନେମା ଦିବସ ପାଳିତ ହେବ । ଏହି ଅବସରରେ ଭାରତୀୟ ଜନତାଙ୍କ ପାଇଁ ଏକ ସ୍ପେଶାଲ ଅଫର ରଖାଯାଇଛି । ମଲଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ଜାରୀ କରାଯାଇଥିବା ଏହି ଅଫରରେ ସମଗ୍ର ଦେଶରେ ସମସ୍ତ ହଲର ଟିକେଟ ମୂଲ୍ୟ ୭୫ ଟଙ୍କା ରଖାଯାଇଛି । ଏଥିରେ ପିଭିଆର, ଆଇନକ୍ସ, ସିନେପୋଲିସ, ମିରାଜ, କାର୍ଣ୍ଣିଭାଲ ଓ ୱେବ ସମେତ ସମସ୍ତ ସ୍ଥାନରେ ଏହା କାର୍ଯ୍ୟକାରୀ ହେବ । ଏବେ ବଡ ସହରରେ ଟିକେଟ ମୂଲ୍ୟ ଅତି କମରେ ୨୦୦ରୁ ୩୦୦ ଟଙ୍କା ରହିଛି ।
ସେଥିପାଇଁ ଅଧିକାଂଶ ଲୋକ ସିନେମା ହଲକୁ ଆସୁ ନାହାନ୍ତି । ଏହି ଅଫର ଦ୍ୱାରା ଏଥିପ୍ରତି ଆକୃଷ୍ଟ ହେବେ ବୋଲି ଆଶା କରାଯାଉଛି । କେତେକ ସମୀକ୍ଷକଙ୍କ ମତରେ ଏହି ଅଫର ବ୍ରହ୍ମାସ୍ତ୍ର ଫିଲ୍ମକୁ କିଛି ମାତ୍ରାରେ ଫାଇଦାରେ ରଖିବ ବୋଲି ଅନୁମାନ କରାଯାଉଛି ।
Comments are closed.