Latest Odisha News

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ଏହି ଆସନରୁ ନିର୍ବାଚନ ଲଢିବେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ନ୍ୟାଶନାଲ କନଫରେନ୍ସ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗଣ୍ଡରବଲରୁ ନିର୍ବାଚନ ଲଢିବେ । ଏହି ନିର୍ବାଚନରେ ​​ଏନସି ଏବଂ କଂଗ୍ରେସ ମଧ୍ୟରେ ରାଜ୍ୟରେ ୯୦ଟି ଆସନ ପାଇଁ ମେଣ୍ଟ କରିଛନ୍ତି । ଏନସି ୫୦ଟି ଆସନରେ ଏବଂ କଂଗ୍ରେସ ୩୨ ଟି ଆସନରେ ନିର୍ବାଚନ ଲଢିବେ । ଏଥି ସହିତ ୬ଟି ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ହେବ । ଅର୍ଥାତ୍ ଉଭୟ ଦଳ ଏହି ଆସନରେ ପ୍ରାର୍ଥୀ ଦେବେ ।

ଏହା ପୂର୍ବରୁ ସୋମବାର କଂଗ୍ରେସ ନିଜର ୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା । ଏହି ତାଲିକାରେ ଦଳର ସାଧାରଣ ସମ୍ପାଦକ ଗୁଲାମ ଅହମ୍ମଦ ମୀରଙ୍କୁ ଦୁରୁରୁ ଏବଂ ପୂର୍ବତନ ରାଜ୍ୟ ସଭାପତି ବିକ୍ରମ ରସୁଲ ୱାନିଙ୍କୁ ବନିହାଲରୁ ପ୍ରାର୍ଥୀ କରାଯାଇଛି । ସହଯୋଗୀ ଦଳ ନ୍ୟାସନାଲ କନଫରେନ୍ସ ସହ ଆସନ ବୁଝାମଣା ପରେ କଂଗ୍ରେସ ଏହି ତାଲିକା ଜାରି କରିଛି ।

ତେବେ ଜମ୍ମୁ-କଶ୍ମୀରରେ ଚଳିତ ଥର ସେପ୍ଟେମ୍ବର ୧୮ରୁ ସେପ୍ଟେମ୍ବର ପହିଲା ମଧ୍ୟରେ ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ, ଓମାର ଅବଦୁଲ୍ଲା ୨୦୨୦ରେ ଘୋଷଣା କରିଥିଲେ ଯେ, ଯେ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିନାହିଁ, ସେପର୍ଯ୍ୟନ୍ତ ସେ ନିର୍ବାଚନ ଲଢ଼ିବେ ନାହିଁ । ହେଲେ ସେ ଏବେ ତାଙ୍କ କଥାରେ ପରିବର୍ତ୍ତନ ଆଣିଛନ୍ତି । ଆଉ ଦଳ ମଧ୍ୟ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି ।

Comments are closed.