Latest Odisha News

BREAKING NEWS

ନୂଆ ଶିକ୍ଷା ନୀତିକୁ ନେଇ ସବୁ ରାଜ୍ୟକୁ ଚିଠି

ନୂଆଦିଲ୍ଲୀ: ନୂଆ ଶିକ୍ଷା ନୀତି ଲାଗୁ କରିବା ନେଇ ସବୁ ରାଜ୍ୟକୁ ଚିଠି ଲେଖିଲା ଶିକ୍ଷା ମନ୍ତ୍ରାଳୟ । ଶିକ୍ଷା ମନ୍ତ୍ରାଳୟ ସଚିବ ଚିଠି ଲେଖିବା ସହ ଅଧ୍ୟାପକଙ୍କୁ ପରାମର୍ଶ ମଧ୍ୟ ମାଗିଛନ୍ତି । ଏନ୍‌ସିଇଆର୍‌ଟିର ବିଶେଷଜ୍ଞ ଟିମ୍ ପରାମର୍ଶଗୁଡିକର ସମୀକ୍ଷା କରିବେ ।

ଅଧ୍ୟାପକଙ୍କ ପରାମର୍ଶ ବିଚାରଯୋଗ୍ୟ ହେଲେ ଆଉ ଥରେ ଆଲୋଚନା ହେବ । ସେହି ଅଧ୍ୟାପକମାନଙ୍କ ସହ ଆଉଥରେ ଆଲୋଚନା କରାଯିବ । ଏଥିସହ ଅଧ୍ୟାପକମାନଙ୍କୁ କମ୍ ଶବ୍ଦରେ ଏବଂ ନିଜ ଅନୁଭବ ଆଧାରରେ ପରାମର୍ଶ ଦେବାକୁ ଅନୁରୋଧ କରିଛି ଶିକ୍ଷା ମନ୍ତ୍ରାଳୟର ସଚିବ ।

Leave A Reply

Your email address will not be published.