Latest Odisha News

BREAKING NEWS

ରାଜ୍ୟର ସମସ୍ତ ସ୍କୁଲରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଶୈକ୍ଷିକ ଢାଞ୍ଚାରେ ହେବ ପରିବର୍ତ୍ତନ

ଭୁବନେଶ୍ବର: ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର।  ଏହା ଦ୍ବାରା ପାଠପଢା ଢାଞ୍ଚାରେ ପରିବର୍ତ୍ତନ ହେବ ଓ ପିଲା ୩ ବର୍ଷରୁ ସ୍କୁଲ ଆସିପାରିବେ।

ସୂଚନା ଅନୁସାରେ, ଉଚ୍ଚଶିକ୍ଷା ବିଭାଗ ପରେ ଏବେ ସ୍କୁଲମାନଙ୍କରେ ନୂତନ ଜାତୀୟ ଶିକ୍ଷାନୀତି ଲାଗୁ ହେବ। ଚଳିତ ମାସରେ ୨୦୨୪-୨୦୨୫ ପାଇଁ ଏହାକୁ ଉଚ୍ଚଶିକ୍ଷା ବିଭାଗରେ ଲାଗୁ କରାଯାଇଛି। ଏବେ ସ୍କୁଲସ୍ତରରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଭାଗ।

ଏହାଦ୍ବାରା ଶୈକ୍ଷିକ ଢାଞ୍ଚାରେ ପରିବର୍ତ୍ତନ ସହିତ ୧୦+୨ ବଦଳରେ ୫+୩+୩+୪ , ୩ ବର୍ଷରୁ ସ୍କୁଲ ,  ୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ମୂଳଦୁଆ ଉପରେ ଗୁରୁତ୍ୱ, ୮ବର୍ଷ ପରେ ୩ ବର୍ଷ ଯାଏଁ ପ୍ରାଥମିକ ଶିକ୍ଷା, ଏହାପର ୩ ବର୍ଷ ମାଧ୍ୟମିକ ଶିକ୍ଷା , ଏହାପରେ ୪ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ଓ ନିୟମିତ ଫରମେଟିଭ ଟେଷ୍ଟ କରାଯିବ। ଏହା ସହ ପିଲା ୫ମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ପାଠ ପଢ଼ିବାକୁ ଗୁରୁତ୍ବ ଦିଆଯିବ।

 

Leave A Reply

Your email address will not be published.