Latest Odisha News

ଗ୍ୟାସ ଲିକରେ ୪ କର୍ମୀଙ୍କ ମୃତ୍ୟୁ ଘଟଣା, RSPକୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ନୋଟିସ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ ହୋଇ ୪ ଜଣ ଠିକା କର୍ମଚାରୀ ମୃତ୍ୟୁବରଣ କରିବା ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ପକ୍ଷରୁ ନୋଟିସ ଜାରି କରାଯାଇଛି।

ଗ୍ୟାସ ଲିକ ଘଟଣାରେ ପରିବେଶରେ କ’ଣ କ୍ଷତି ହୋଇଛି ସେନେଇ ରିପୋର୍ଟ ଦେବାକୁ ରାଉରକେଲା ଇସ୍ପାତ କାରଖାନାକୁ ନୋଟିସ ହୋଇଛି।

ଏକମାସ ମଧ୍ୟରେ ନୋଟିସର ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେଲ ପକ୍ଷରୁ ୪ ଜଣିଆ ଉଚ୍ଚ ସ୍ତରୀୟ ତଦନ୍ତ କମିଟିର ଯାଞ୍ଚ ଗତକାଲି ଶେଷ ହୋଇଥିବା ବେଳେ ଆଜି ସେଲ ଅଧ୍ୟକ୍ଷଙ୍କୁ ତଦନ୍ତ ରିପୋର୍ଟ ଦିଆଯିବ।

ବୋକାରୋ ଷ୍ଟିଲ ପ୍ଲାଣ୍ଟ ଇଡି, ଭିଲାଇ ଷ୍ଟିଲ ପ୍ଲାଣ୍ଟ ସିଜିଏମ, ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟ ସିଜିଏମ ଓ କୋଲକାତା ପରିବେଶ ମ୍ୟାନେଜମେଣ୍ଟ ସିଜିଏମ ଆଦି ୪ ଜଣିଆ କମିଟି ତଦନ୍ତ କରୁଥିଲେ। ଏନେଇ ରାଉରକେଲା ଇସ୍ପାତ କାରଖାନା ପିଆର ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀ ୬ ତାରିଖରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ ହୋଇଥିଲା। ଯେଉଁଥିରେ ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।

Comments are closed.