Latest Odisha News

BREAKING NEWS

ଭୁବନେଶ୍ୱର-ପୁନେ ମଧ୍ୟରେ ଖୁବଶୀଘ୍ର ଏୟାର ଏସିଆ ବିମାନ ସେବା

ଭୁବନଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରୁ ପୁନେକୁ ସିଧାସଳଖ ଉଡ଼ିବ ବିମାନ । ଭୁବନେଶ୍ୱର-ପୁଣେ ମଧ୍ୟରେ ଆରମ୍ଭ ହେବ ବିମାନସେବା । ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଚଳାଚଳ କରିବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱର-ପୁନେ ମଧ୍ୟରେ ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଚଳାଚଳ କରିବ । ପ୍ରାଥମିକ ପର୍ୟ୍ୟାୟରେ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ରାଜ୍ୟ ସରକାର । ପର୍ୟ୍ୟଟନ ଓ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.