Latest Odisha News

BREAKING NEWS

୭୦,୦୦୦ ରୁ ଅଧିକ ଆକାଉଣ୍ଟ ସସ୍‌ପେଣ୍ଡ୍‌ କଲା ଟ୍ୱିଟର୍‌

ୱାଶିଂଟନ୍: ଆମେରିକାର ରାଜଧାନୀ ୱାଶିଂଟନ୍‌ର କ୍ୟାପିଟଲ ହିଲରେ ହୋଇଥିବା ହିଂସାକୁ ନେଇ ଟ୍ୱିଟର ୭୦,୦୦୦ ରୁ ଅଧିକ ଆକାଉଣ୍ଟକୁ ସ୍ଥଗିତ ରଖିଛି। ଏହି ଆକାଉଣ୍ଟ୍ ସୋସିଆଲ୍ ମିଡିଆରେ QAnon ସହିତ ଜଡିତ ବିଷୟବସ୍ତୁ ସେୟାର୍‌ କରୁଥିଲା। ଟ୍ୱିଟର ଅଫିସିଆଲ୍ ଆକାଉଣ୍ଟରୁ ଏହି ସୂଚନା ଦିଆଯାଇଛି। ଟ୍ୱିଟରରେ ପ୍ରକାଶିତ ଏକ ବିବୃତ୍ତିରେ ଏହା କୁହାଯାଇଛି ଯେ ‘ୱାଶିଂଟନ୍, ଡିସିରେ ଏହି ଆକାଉଣ୍ଟଗୁଡିକ ସ୍ଥାୟୀଭାବେ ସ୍ଥଗିତ ରଖାଯିବା ଆରମ୍ଭ ହୋଇଛି। ଯାହା ହିଂସାତ୍ମକ ଘଟଣା ଏବଂ କ୍ଷତିର ଆଶଙ୍କା ବଢାଇଥାଏ। ଏହା ସହିତ କମ୍ପାନୀ କହିଛି ଯେ ଏହି ଆକାଉଣ୍ଟଗୁଡିକ ବହୁ ପରିମାଣରେ କ୍ଷତିକାରକ QAnon ସମ୍ବନ୍ଧୀୟ ସାମଗ୍ରୀ ବାଣ୍ଟିବାରେ ନିୟୋଜିତ ଥିଲେ।

Leave A Reply

Your email address will not be published.