Latest Odisha News

BREAKING NEWS

ଜାତୀୟ ହସ୍ତତନ୍ତ ଦିବସ; ଚିନ୍ତାରେ ତନ୍ତ ବୁଣାକାର !

ଭୁବନେଶ୍ୱର: ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ଏହି ଦିନଟି ସ୍ୱତନ୍ତ୍ର ଭାବେ ହସ୍ତତନ୍ତ ବୁଣାକାରଙ୍କ କଳାକୀର୍ତ୍ତିକୁ ସ୍ବୀକୃତି ଦେବା ପାଇଁ ଉତ୍ସର୍ଗୀକୃତ ।

ହସ୍ତତନ୍ତ ଶାଢିର ଚାହିଦା ଦେଶ, ବିଦେଶରେ ବଢି ଚାଲିଥିବା ବେଳେ ଦୁଃଖ କଷ୍ଟରେ କାଳତିପାତ କରୁଛି ବୁଣାକାର । ବର୍ତ୍ତମାନ କରୋନା ପାଇଁ ଅନ୍ୟ ବ୍ୟବସାୟ ପରି ଏହି ବ୍ୟବସାୟ ମଧ୍ୟ ବହୁ ଅଂଶରେ ବାଧା ପ୍ରାପ୍ତ ହେଉଛି । ମାର୍ଚ୍ଚ ମାସରୁ ଏହି ସ୍ଥିତି ଲାଗି ରହିଛି । ହାତ ବୁଣା ଶାଢ଼ୀ ବିକ୍ରି ନହୋଇ ଘରେ ପଡି ରହିଥିବା ବେଳେ, ନିଜ ପେଟ ପଶିବାକୁ ମୂଳ ଖୋଜିଲେଣି ବୁଣାକାର।

ଏଥିଯୋଗୁଁ ଅନେକ ତନ୍ତ ବନ୍ଦ ହୋଇ ମଧ୍ୟ ପଡିଛି। ପାଖାପାଖି ପ୍ରାୟ ରାଜ୍ୟର ୨ଲକ୍ଷରୁ ଅଧିକ ବୁଣାକାର ଏବେ ତନ୍ତ ଛାଡି ପେଟ ଚିନ୍ତାରେ।

ଓଡିଶା ରାଜ୍ୟ ଟସର୍‌ ଓ ସିଲକ୍ସ ଫେଡେରେସନ୍‌ ପୂର୍ବତନ ଅଧ୍ୟକ୍ଷ ଭ‌ାଗିରଥୀ ନନ୍ଦ ଦେଇଥିବା ସୁଚନା ଅନୁଯାୟୀ, ବର୍ତ୍ତମାନ ପାଟ ଶାଢୀ ପାଇଁ ବଜାର ମିଳୁନି। ବୁଣାକାରଙ୍କ ପାଖରେ ଷ୍ଟକ୍‌ ଅଛି, ହେଲେ ବିକ୍ରି କରିପାରୁନାହାନ୍ତି।” କରୋନା ପାଇଁ ୫ମାସ ବଜାର ବ୍ୟବସ୍ଥା ଏମିତି ଖସିଯାଇଛି ଯେ, ସେଥିରେ ସୁଧାର ଆସିବା କଷ୍ଟକର”ବୋଲି କହିଛନ୍ତି ସମ୍ବଲପୁରୀ ବସ୍ତ୍ରାଳୟ ସହଯୋଗ ସମିତିର ପୂର୍ବତନ ସଭାପତି ସମ୍ବିତ୍‌ କୁମାର ।

Leave A Reply

Your email address will not be published.