Latest Odisha News

BREAKING NEWS

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ଅଦଳବଦଳ କରିଛନ୍ତି ।

ସୂଚନା ଅନୁସାରେ, ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ବାଲେଶ୍ୱର ଡିଆରଡିଏ ପିଡି ପଦବୀକୁ ବଦଳି କରାଯାଇଛି। ବାଲେଶ୍ୱର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନାଙ୍କୁ ଦେବଗଡ଼ ଡିଆରଡିଏ ପିଡି ଭାବେ ଦାୟିତ୍ୱ ମିଳିଛି ବଦଳି।

ଗଜପତି ଏଡିଏମ୍‌ ସହ ମହେନ୍ଦ୍ରଗଡ଼ସ୍ଥିତ ଛେଳିଆଗଡ଼ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀର ଅତିରିକ୍ତ ଦାୟିତ୍ୱ ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ ଦିଆଯାଇଛି ।

ରେଢ଼ାଖୋଲ ଉପଜିଲ୍ଲାପାଳ ଭାବେ ପଦ୍ମନାଭ ବେହେରାଙ୍କୁ ବଦଳି କରାଯାଇଛି । ସମ୍ବଲପୁର ଆରଟିଓ ପଦବୀକୁ ବଦଳି ହୋଇଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ।

ଅନ୍ୟପଟେ ଆଠମଲ୍ଲିକ ଉପଜିଲ୍ଲାପାଳ ଭାବେ ସମ୍ବଲପୁର ଆରଟିଓ ଲଳିତମୋହନ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି । ନିହାର ରଂଜନ କହଁରଙ୍କୁ କନ୍ଧମାଳ ଉପଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ ଭାବେ ସରୋଜ କୁମାର ଦତ୍ତ, ବାଲିଗୁଡ଼ା ଆଇଟିଡିଏ ପିଡି ଭାବେ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ବ ଦିଆଯାଇଛି କରାଯାଇଛି ।

Leave A Reply

Your email address will not be published.