ନୂଆଦିଲ୍ଲୀ: କାନ୍ଦାହାର ଅପହରଣ ବେଳର ନାୟକ ଆଇସି ୮୧୪ର ଥିବା କ୍ୟାପ୍ଟେନ ଦେବୀ ଶାରନ ବିମାନ ସେବାରୁ ଅବସର ନେଇଛନ୍ତି । ୧୯୯୯ ମସିହା ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ ଆଇସି ୮୧୪ ଅପହରଣ ବେଳେ ଶାରନ ଉକ୍ତ ବିମାନରେ କମାଣ୍ଡର ଭାବେ କାମ କରୁଥିଲେ।
କ୍ୟାପଟେନ ଦେବୀ ଶାରନ ୧୯୮୫ରେ ଇଣ୍ଡିଆନ ଏୟାରଲାଇନ୍ସରେ ଯୋଗ ଦେଇଥିଲେ। ପ୍ରାୟ ୪୦ ବର୍ଷ ଧରି କମ୍ପାନୀରେ ସେବା କରିବା ପରେ ତାଙ୍କର ଇନିଂସ ଶେଷ ହୋଇଛି। କ୍ୟାପଟେନ ଦେବୀ ଶାରନ ୬୫ବର୍ଷ ବୟସରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଚମତ୍କାର ଏବଂ ଭୟାନକ ସ୍ମୃତି ରହିଥିଲା ।
୬୫ ବର୍ଷୀୟ କ୍ୟାପ୍ଟେନ ଶାରନ ଏୟାର ଇଣ୍ଡିଆ ଡ୍ରିମଲାଇନରକୁ ମେଲବର୍ଣ୍ଣରୁ ଦିଲ୍ଲୀ ଆଣିବା ପରେ ପାଇଲଟ ସିଟ୍କୁ ଅଲବିଦା କହିଛନ୍ତି। ବିମାନ କର୍ମଚାରୀମାନେ ତାଙ୍କୁ ଏକ ସ୍ୱତନ୍ତ୍ର ବିଦାୟ ଦେଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ଆଜି ମଧ୍ୟ ସେ ବିମାନ ସେବାରେ ଯୋଗଦେବା ସମୟରେ ଯୁବକ ଭଳି ଅନୁଭବ କରୁଛନ୍ତି।
ବିଦାୟ କାର୍ଯ୍ୟକ୍ରମରେ କ୍ୟାପଟେନ ଦେବୀ ଶାରନ କହିଛନ୍ତି ଯେ ‘ବର୍ତ୍ତମାନ ଜଣେ ଯାତ୍ରୀ ଭାବରେ ମଧ୍ୟ ମୁଁ ସବୁବେଳେ ମୋ ଚାରିପାଖରେ ନିଶ୍ଚିତ କରିବି ଯେ ସବୁକିଛି ଠିକ ଅଛି ଏବଂ କିଛି ଭୁଲ୍ ହେଉନାହିଁ । ଲୋକଙ୍କ ସୁରକ୍ଷାକୁ ନେଇ ସବୁବେଳେ ମନରେ ସନ୍ଦେହ ରହିବ ।