ଭୁବନେଶ୍ବର : କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଓଡ଼ିଶା । କାରଣ ଆସନ୍ତାକାଲି ଠାରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ । ଭୁବନେଶ୍ବରରେ ଖେଳାଯିବାକୁ ଥିବା ଚତୁର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ ରେଳବାଇ ଇଣ୍ଡୋର ଷ୍ଟାଡିୟମ ଓ ଉଡାଣ ଏକାଡେମୀରେ ଖେଳାଯିବ । ଏହି ଚାମ୍ପିଅନସିପ୍ ଟ୍ରଫି ପାଇଁ ଉଭୟ ପୁରୁଷ ଓ ମହିଳା ବର୍ଗରେ ଦେଶର ବିଭିନ୍ନ ପ୍ରାନ୍ତରୁ ଖେଳାଳି ଭାଗ ନେବେ । ଚାମ୍ପିଅନସିପ୍ ପାଇଁ ୫୦୦ରୁ ଅଧିକ ଖେଳାଳି ଭୁବନେଶ୍ବରରେ ପହଞ୍ଚି ସାରିଲେଣି । ଏହାସହ ଟୋକିଓ ପାରା ଅଲମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଓ ଟୋକିଓ ଅଲମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।
BREAKING NEWS
- Lashkar-e-Taiba terrorist:ଦିଲ୍ଲୀ ସୀମାରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ;ସ୍ଲିପର ସେଲ୍ ଭାବରେ କରୁଥିଲା କାମ
- ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୭ ଲକ୍ଷରୁ ଅଧିକ ମତଦାତା
- ରାଗିଗଲେ ରାହାନେ: ମୁଁ ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଆଇପିଏଲ ଖେଳୁନି
- ଓଡ଼ିଆ ପକ୍ଷ-୨୦୨୬: ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ
- ସରକାରଙ୍କ ବିରୋଧରେ ଗର୍ଜିଲେ ସବୁ ଦଳ
- ଚିଟଫଣ୍ଡ୍ ଟଙ୍କା ଫେରି ପାଇଲେଣି ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ….
- ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍ର ବରିଷ୍ଠ କିରାଣୀ
- ଜନଗଣନା ତଥ୍ୟ RTI ପରିସରଭୁକ୍ତ ନୁହେଁ
- Maoist Surrender:ମହିଳା ମାଓବାଦୀ ମୋଙ୍ଗଡ଼ିଙ୍କ ଆତ୍ମସମର୍ପଣ;ବାଙ୍କୋ ଖଣି ବିସ୍ଫୋରକ ଲୁଟ୍ ଘଟଣାରେ ଥିଲେ ଜଡିତ
- Nandankanan: ନନ୍ଦନକାନନକୁ ଆସିଲେ ଅତିଥି: ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି
Comments are closed.