ଭୁବନେଶ୍ବର : କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଓଡ଼ିଶା । କାରଣ ଆସନ୍ତାକାଲି ଠାରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ । ଭୁବନେଶ୍ବରରେ ଖେଳାଯିବାକୁ ଥିବା ଚତୁର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ ରେଳବାଇ ଇଣ୍ଡୋର ଷ୍ଟାଡିୟମ ଓ ଉଡାଣ ଏକାଡେମୀରେ ଖେଳାଯିବ । ଏହି ଚାମ୍ପିଅନସିପ୍ ଟ୍ରଫି ପାଇଁ ଉଭୟ ପୁରୁଷ ଓ ମହିଳା ବର୍ଗରେ ଦେଶର ବିଭିନ୍ନ ପ୍ରାନ୍ତରୁ ଖେଳାଳି ଭାଗ ନେବେ । ଚାମ୍ପିଅନସିପ୍ ପାଇଁ ୫୦୦ରୁ ଅଧିକ ଖେଳାଳି ଭୁବନେଶ୍ବରରେ ପହଞ୍ଚି ସାରିଲେଣି । ଏହାସହ ଟୋକିଓ ପାରା ଅଲମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଓ ଟୋକିଓ ଅଲମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।
BREAKING NEWS
- ନୂଆ ବର୍ଷରେ ଏହି ସବୁ ସ୍ଥାନରେ ପାଳନ ହୁଏ ଅଜବ ପ୍ରଥା
- ପୁରୀ ହେଲା ମହାନଗର ନିଗମ
- ଭାରତଠୁ ୯ ଘଣ୍ଟା ପୂର୍ବରୁ ନୂଆବର୍ଷ ୨୦୨୬କୁ ସ୍ବାଗତ କଲେ ଏହି ଦୁଇ ଦେଶ
- IAIRO to Begin Operations from 1 January:ଏଠାରେ ଖୋଲିବ ଭାରତର ପ୍ରଥମ ଜାତୀୟ AI ଗବେଷଣା ପ୍ରତିଷ୍ଠାନ
- Paradip Beach: ଖୁବଶୀଘ୍ର ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍, ଖର୍ଚ୍ଚ ହେବ ଏତିକି ଟଙ୍କା…
- ସ୍ୱିଗି, ଜୋମାଟୋ, ବ୍ଲିଙ୍କିଟ୍ ଭଳି ଅନଲାଇନ୍ ଫୁଡ୍ ଡେଲିଭରି କର୍ମଚାରୀଙ୍କ ଧର୍ମଘଟ
- ଭାରତ ପାଇଁ ‘ସଂସ୍କାରର ବର୍ଷ’ ରୂପେ ସ୍ମରଣୀୟ ହୋଇ ରହିବ ୨୦୨୫
- Pralay Missile Test: ଚାନ୍ଦିପୁରରେ DRDO ପକ୍ଷରୁ ଦ୍ରୁତ କ୍ରମାଗତ ୨ଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
- ଜିରୋନାଇଟ୍ ଓ ନୂଆବର୍ଷ ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗ, ସମୁଦ୍ର କୂଳରେ ୪୦୦ ଲାଇଫ୍ଗାର୍ଡ
- ଆରଏସଏସ ବିଚାରଧାରା ଉପରେ ନିର୍ମିତ ଫିଲ୍ମରେ ଅଭିନୟ କରିବେ ସଂଜୟ
Comments are closed.