Latest Odisha News

BREAKING NEWS

ବଢୁଛି ଜ୍ୟାକଲିନଙ୍କ ପାଇଁ ଅଡୁଆ, ଜବତ ହେବ ସମସ୍ତ ଉପହାର

ମୁମ୍ବାଇ : ଦିନକୁ ଦିନ ବଢ଼ିବାରେ ଲାଗିଛି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଅଡୁଆ । ଆର୍ଥିକ ଜାଲିଆତି ଘଟଣାର ନାୟକ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ଜ୍ୟାକଲିନ୍ ପାଇଥିବା ସମସ୍ତ ଉପହାରକୁ ଜବତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜ୍ୟାକଲିନଙ୍କୁ ଗତ ବର୍ଷ ଡିସେମ୍ବର ଓ ଅଗଷ୍ଟ ୨୦୨୧ ମଧ୍ୟରେ ସୁକେଶ ପ୍ରାୟ ୧୦ କୋଟି ଟଙ୍କାର ଉପହାର ଦେଇଥିଲେ । ସୁକେଶଙ୍କଠାରୁ ଜ୍ୟାକଲିନ୍ ଦୁଇ ହଳ ହୀରାର ରିଙ୍ଗ, ଦୁଇଟି ଦାମୀ ବ୍ରେସଲେଟ, ହଳେ ଲୁଇ ଭ୍ୟୁଟିନ ଜୋତା, ଦୁଇଟି ଗୁସି ବ୍ୟାଗ, ଗୋଟିଏ ବହୁରଙ୍ଗୀ ବ୍ରେସଲେଟ ଗିଫ୍ଟ ଆକାରରେ ପାଇଛନ୍ତି ବୋଲି ସ୍ବୀକାର କରିଛନ୍ତି ।

ସେପଟେ ନିଜ ବୟାନରେ ସୁକେଶ କହିଛନ୍ତି ଯେ, ସେ ଜ୍ୟାକଲିନଙ୍କୁ ୧୫ ହଳ କାନଫୁଲ ଓ ରିଙ୍ଗ, କାର୍ଟିୟର ଚୁଡି ଓ ରିଙ୍ଗ, ବ୍ରେସଲେଟ, ରୋଲେକ୍ସ ଘଡି ଦେଇଛନ୍ତି । ଜ୍ୟାକଲିନଙ୍କୁ ମୋଟ୍ ୭ କୋଟି ଟଙ୍କାର ଅଳଙ୍କାର ଦେଇଥିବା ନେଇ ଜେରା ବେଳେ କହିଛନ୍ତି ସୁକେଶ । ସେହିପରି ଏକ କାର୍ ବି ସେ ଉପହାର ଦେଇଥିଲେ, ଯାହାକୁ ଜ୍ୟାକଲିନ ପରେ ଫେରାଇ ଦେଇଥିଲେ । ଏହାସହ ଆମେରିକାରେ ରହୁଥିବା ଅଭିନେତ୍ରୀଙ୍କ ଭଉଣୀଙ୍କ ନିକଟକୁ ଦେଢ ଲକ୍ଷ ଡଲାର ପଠାଇଥିଲେ । ସେହିପରି ଅଷ୍ଟ୍ରେଲିଆରେ ରହୁଥିବା ଜ୍ୟାକଲିନଙ୍କ ଭାଇଙ୍କ ପାଖକୁ ୧୫ ଲକ୍ଷ ଟଙ୍କା ପଠାଇଥିଲେ ସୁକେଶ । ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ନିକଟରୁ ଜୁନ ୨୦୨୦ରୁ ମେ ୨୦୨୧ ମଧ୍ୟରେ ସୁକେଶ ୨୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.