Latest Odisha News

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ‘ସାହିତ୍ୟ ଓ ଡିଜିଟାଲ ହ୍ୟୁମାନିଟିଜ୍’ ଶୀର୍ଷକ ସେମିନାର ଅନୁଷ୍ଠିତ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ତରଫରୁ ନଭେମ୍ବର ୩ ତାରିଖରେ ‘ସାହିତ୍ୟ ଓ ଡିଜିଟାଲ ହ୍ୟୁମାନିଟିଜ୍’ ଶୀର୍ଷକ ଏକଦିବସୀୟ ଜାତୀୟ ପାଠଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏହି ଆଲୋଚନା ଚକ୍ରକୁ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଉଦଘାଟନ କରିଥିଲେ । ପିଜି କାଉନସିଲର ଚେୟାରପର୍ସନ ଡା. ଦୁର୍ଗା ଶଙ୍କର ଷଢ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଡିଜିଟାଲ ହ୍ୟୁମାନିଟିଜ୍ ଉପରେ ଆଲୋକପାତ କରିଥିଲେ । ବିଭାଗୀୟ ମୁଖ୍ୟ ଡା. ମଧୁସ୍ମିତା ପତି ସେମିନାରର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ ।

ଏହି ସେମିନାରରେ ବେଙ୍ଗାଲୁରୁର ‘ସୃଷ୍ଟି ଏକାଡ଼େମୀ ଆର୍ଟ ଡ଼ିଜାଇନ ଆଣ୍ଡ ଟେକେନୋଲୋଜି’ର ସଦସ୍ୟ ତଥା ପାଠ୍ୟକ୍ରମର ମୂଖ୍ୟ ଅଧ୍ୟାପିକା ଡ଼ା. ପଦ୍ମିନୀ ରାୟ ମୁରେ ଏବଂ ପ୍ରେସିଡେନସି ବିଶ୍ୱ ବିଦ୍ୟାଳୟ କୋଲକତାର ଆସିଷ୍ଟାଣ୍ଟ ପ୍ରଫେସର ସୋଭିକ ମୁଖାର୍ଜି ମୂଖ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରିଶେଷରେ ଇଂରଜୀ ବିଭାଗର ଆସୋସିଏଟ ପ୍ରଫେସର ତଥା ସେମିନାର ସେକ୍ରେଟାରୀ ଅଳକାନନ୍ଦା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଦ୍ୱିତୀୟ ଭାଗରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଇଂରାଜୀ ବିଭାଗର ଡ଼ା.ଉର୍ମିଶ୍ରୀ ବେଦମାତା ‘ ଦ ଟେକ୍ସଚ୍ୟୁଆଲ୍ ଅବଜେକ୍ଟ ଆଣ୍ଡ ଦ କମ୍ପୁଟର: ଦ କେସ ଅଫ୍ ଆନ ଓଡିଆ ଏପିକ୍’ ଉପରେ ଆଲୋଚନା କରି ନିଜ ପେପର ଉପସ୍ଥାପନା କରିଥିଲେ । ଏଥିସହିତ ରମା ଦେବୀ ବିଶ୍ୱ ବିଦ୍ୟାଳୟ ଇଂରାଜୀ ବିଭାଗର ଡା. ମନିସା ମିଶ୍ର ‘ଡିଜିଟାଇଜେସନ୍ ଇନ୍ ଓଡିଶା ଆଣ୍ଡ ଇଟସ୍ ପରସପେକ୍ଟିଭ’ ବିଷୟରେ ନିଜର ପେପର ଉପସ୍ଥାପନା କରିଥିଲେ ।

ତୃତୀୟ ଭାଗରେ ଏକ କର୍ମ ଶିବିର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ‘ରିଡିଙ୍ଗ୍ ଗେମ୍ସ ଆଣ୍ଡ ପ୍ଲେଇଙ୍ଗ ବୁକ୍ସ: ଭିଡିଓ ଗେମ୍ସ ଆଜ ଲିଟରେଚର’ ବିଷୟରେ ପୁଖାନୁପୁଙ୍ଖ ଆଲୋଚନା କରିଥିଲେ । ବାସ୍ତବରେ ଏହି ଭିଡ଼ିଓ ଗେମ୍ସ ସହ କେଉଁମାନେ ଜଡିତ ଅଛନ୍ତି ସେ ବିଷୟରେ ପ୍ରଫେସର ମୂଖାର୍ଜି ଶ୍ରୋତାଗଣଙ୍କୁ ବିସ୍ତାରରେ ବୁଝାଇଥିଲେ ।

ପରିଶେଷରେ ଉଭୟ ଭିଡ଼ିଓ ଗେମ୍ସ ଓ ଷ୍ଟୋରୀ ପରିପୂରକ ବୋଲି ସେ ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ଲଗ୍ନା ମହାନ୍ତି ଓ ଅଧ୍ୟାପିକା ନେହା ଝା ସଭା ପରିଚାଳନା କରିଥିଲେ । ଇଂରାଜୀ ବିଭାଗର ତୃତୀୟ ବର୍ଷ ଅନର୍ସ ଛାତ୍ରୀ ବୈଶାଳୀ ପାଢ଼ି ଏହି ସେମିନାର ସଂପର୍କରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ଡା. ଅପରମିତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।

Comments are closed.