Latest Odisha News

ଭାରତର ଚନ୍ଦ୍ର ବିଜୟକୁ ବର୍ଷେ: ପ୍ରସ୍ତୁତ ଅଛି ଚନ୍ଦ୍ରଯାନ-୪ର ଡିଜାଇନ, ୫ ବର୍ଷରେ ଲଞ୍ଚ କରିବ ୭୦ ସାଟେଲାଇଟ

ବେଙ୍ଗାଲୁରୁ: ଆଜି ସାରା ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ। ଗତବର୍ଷ ଆଜିର ଦିନରେ ଜହ୍ନ ରାଇଜରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩। ଚଳିତବର୍ଷର ଥିମ୍ ରହିଛି- “Touching Lives while Touching the Moon: India’s Space Saga.” । ଭାରତର ଚନ୍ଦ୍ର ବିଜୟକୁ ଆଜି ବର୍ଷେ ପୂରଣ ହୋଇଛି।

ଅଗଷ୍ଟ ୨୩, ୨୦୨୪ରେ ଭାରତ ଏହାର ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରୁଛି। ୨୦୨୩ରେ ଏହି ଦିନ, ଚନ୍ଦ୍ରାୟନ ୩ ଚନ୍ଦ୍ର ପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ନିରାପଦ ଏବଂ ସଫ୍ଟ ଅବତରଣ କରିଥିଲା। ଚନ୍ଦ୍ରରେ ଅବତରଣ କରିଥିବା ଭାରତ ଚତୁର୍ଥ ଦେଶ ଏବଂ ଚନ୍ଦ୍ରର ଦକ୍ଷିଣ ପୋଲାର ଅଞ୍ଚଳ ନିକଟରେ ଅବତରଣ କରିଥିବା ପ୍ରଥମ ଦେଶ ହୋଇଥିଲା।

ଏହି ଅବସରରେ ଇସ୍ରୋ ମୁଖ୍ୟ କହିଛନ୍ତି, ମହାକାଶ କ୍ଷେତ୍ରରେ ସଂସ୍କାର ପରେ ଆମେ ଏକ ସ୍ପେସ ପଲିସି ଉପରେ କାର୍ଯ୍ୟ କରୁଛୁ। ଏହି ନୂତନ ନୀତି ସ୍ପେସ ବିଭାଗ, ଆଇଏସଆରଓ ଏବଂ ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ (ଏନ୍‌ଏସ୍‌ଆଇଏଲ୍‌)ର ଭୂମିକା ଏବଂ ଦାୟିତ୍ୱକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରିଛି। ଏହା ସ୍ପେସ କାର୍ଯ୍ୟକଳାପରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ବୃଦ୍ଧି କରିବ। ଏକ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଚି ବିନିଯୋଗ ନୀତି ମଧ୍ୟ ଘୋଷଣା କରାଯାଇଛି। ଯେଉଁଥିରେ ବେସରକାରୀ ପୁଞ୍ଜି ବିନିଯୋଗ କିମ୍ବା ସ୍ପେସ ସେକ୍ଟରରେ ବିଦେଶୀ ପୁଞ୍ଜି ବିନିଯୋଗକୁ କେତେକ ନିୟନ୍ତ୍ରଣ ଏବଂ ନିୟମ ସହିତ ଅନୁମତି ଦିଆଯାଇଛି, ଯାହା ପୂର୍ବରୁ ସମ୍ଭବ ନଥିଲା।

ଅନ୍ୟପଟେ ଭାରତୀୟ ମହାକାଶ ଗବେଷଣା ସଂଗଠନ ଅଧ୍ୟକ୍ଷ ଏସ ସୋମନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତର ମହାକାଶ କ୍ଷେତ୍ରକୁ ମଜଭୁତ କରିବାରେ ପ୍ରଶଂସା କରିଛନ୍ତି। ଅଗଷ୍ଟ ୨୩ରେ ଜାତୀୟ ମହାକାଶ ଦିବସ ଅବସରରେ ସୋମନାଥ ମହାକାଶ କ୍ଷେତ୍ରର ଅଗ୍ରଗତି ଦିଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କରାଯାଇଥିବା ନୀତି ସଂସ୍କାରକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବରେ ମୋଦି କେବଳ ମହାକାଶ କ୍ଷେତ୍ରରେ ନୂତନ ନୀତି ପ୍ରସ୍ତୁତ କରିନାହାଁନ୍ତି ବରଂ ଏହାକୁ କାର୍ଯ୍ୟକାରୀ କରିଛନ୍ତି।

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ମୁଖ୍ୟ ଡ. ସୋମନାଥ କହିଛନ୍ତି ଯେ ଯଦି ସରକାର ଅନୁମୋଦନ କରନ୍ତି, ତେବେ ଖୁବ ଶୀଘ୍ର ଚନ୍ଦ୍ରଯାନ-୪ ମିଶନ ଆରମ୍ଭ ହେବ। କାରଣ ଇସ୍ରୋ ଚନ୍ଦଯାନ-୪ ଏବଂ ୫ର ଡିଜାଇନ୍ ପ୍ରସ୍ତୁତ କରିସାରିଛି। ଆମେ କେବଳ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରିଛୁ। ଚନ୍ଦ୍ରଯାନ -୪ ମିଶନ ଚନ୍ଦ୍ର ପୃଷ୍ଠରୁ ପଥର ଏବଂ ମାଟିର ନମୁନା ଆଣିବ। ଏଥିରେ ମଧ୍ୟ ସଫ୍ଟ ଲ୍ୟାଣ୍ଡିଂ ହେବ। ଏହା ଅପେକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ମିଶନ୍ ସ୍ପେସ୍ ଡକିଂ ହେବ। ଏହାର ଅର୍ଥ ଚନ୍ଦ୍ରାୟଣ -୪କୁ ମହାକାଶକୁ ପଠାଯିବ। ଏହା ପରେ ଏହା ନିଜେ ସ୍ପେସ୍ ସହିତ ଯୋଡି ହେବ। ଇସ୍ରୋ ଆଗାମୀ ୫ ବର୍ଷରେ ଲଞ୍ଚ କରିବ ୭୦ଟି ସାଟେଲାଇଟ। ଇସ୍ରୋ ପ୍ରଥମ ଥର ପାଇଁ ଏହି କାର୍ଯ୍ୟ କରିବାକୁ ଯାଉଛି।

 

Comments are closed.