Latest Odisha News

BREAKING NEWS

ଭୁବନେଶ୍ୱରରେ ଆରମ୍ଭ ହେଲା ଜାତୀୟ ଭାରୋତୋଳନ ଚାମ୍ପିୟନଶିପ

ଭୁବନେଶ୍ୱର: ଜାତୀୟ ଭାରୋତୋଳନ ଚାମ୍ପିୟନଶିପ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି । ୩୦ ରାଜ୍ୟର ୮୦୦ ପ୍ରତିଯୋଗୀ ଯୁବ, ଜୁନିୟର ଓ ସିନିୟର ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଭାରତୀୟ ୱେଟଲିଫ୍ଟିଂ ଫେଡେରେଶନ, ଓଡିଶା ୱେଟଲିଫ୍ଟିଂ ଆସୋସିଏଶନ ଏବଂ ଓଡିଶା ସରକାର କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ମିଳିତ ଉଦ୍ୟମରେ ଏହା ଆୟୋଜିତ ହେଉଛି । ଭାରୋତୋଳିକା ମାନେ ସର୍ବଦା ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ରାଜ୍ୟ କ୍ରୀଡା ସଚିବ ଆର ଭିନିଲ କ୍ରିଷ୍ଣା କହିଥିଲେ । ରାଜ୍ୟରେ ୮୯ ଇନଡୋର ମଲ୍ଟି ପ୍ରପୋଜ ହଲ୍ସ ଖେଳାଳିମାନଙ୍କ ପ୍ରଶିକ୍ଷଣ ପାଇଁ ନିର୍ମାଣ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ଏତେ ବଡ ଟୁର୍ଣ୍ଣାମେଂଟର ଆୟୋଜନ କରିବା ସହଜ କଥା ନୁହେଁ ବୋଲି ଭାରତୀୟ ୱେଟଲିଫ୍ଟିଂ ଫେଡେରେଶନ ସଭାପତି ସହଦେବ ଯାଦବ କହିଥିଲେ । ଓଡିଶା ସରକାରଙ୍କୁ ସେ ଏହି ଅବସରରେ ଆୟୋଜନ ନେଇ ପ୍ରଶଂସା କରିଥିଲେ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମୁକାବିଲାର ସମସ୍ତ ବିଭାଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲକାରୀଙ୍କୁ ପରସ୍କୃତ କରାଯିବ । ସେମାନେ ଯଥାକ୍ରମେ ୧୦,୦୦୦, ୫୦୦୦ ଓ ୩୦୦୦ ପୁରସ୍କାର ରାଶି ପାଇବେ ।

Comments are closed.