Latest Odisha News

BREAKING NEWS

ବାଲୁକା କଳାରେ ନୂଆଁଖାଇର ଶୁଭେଚ୍ଛା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଏହି ଅବସରରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି।

ବାଲୁକା କଳାର ଏହି ଫଟୋଟି ସହ “ନୂଆଁଖାଇ ଜୁହାର ଲେଖି ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର ମଧ୍ୟ କରିଛନ୍ତି।

ସେ ଲେଖିଛନ୍ତି, ନୂଆଁଖାଇ ଜୁହାର ! ବହୁ ପୁରାତନ ସମୟରୁ ପାଳନ ହୋଇ ଆସୁଥିବା ଏହି ପର୍ବର ସମସ୍ତଙ୍କୁ ଶୁଭେଚ୍ଛା । ମାଆ ସମଲେଇ ସମସ୍ତଙ୍କ ଉପରେ ନିଜ କୃପା ବୃଷ୍ଟି କରନ୍ତୁ ।

Comments are closed.