Latest Odisha News

BREAKING NEWS

ନବୀନଙ୍କ ଦ୍ୱାରା ଦଳର ୩ ନୂଆ ସାଧାରଣ ସମ୍ପାଦକ ନିଯୁକ୍ତ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଦଳର ୩ ଜଣଙ୍କୁ ନୂଆ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି।

ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା ଏବଂ ମୀନକେତନ ଅମାନ୍ତଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି ।

ବିଜୟ ନାୟକ ଓ ଜିତୁ ପଟ୍ଟନାୟକଙ୍କୁ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ପାଇଁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଆହୁରି ମଧ୍ୟ ଅନ୍ୟ ୨ ଜଣଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ବଡଚଣାର ବରିଷ୍ଠ କଂଗ୍ରେସ ନେତା ଜନ୍ମେଜୟ ଏବଂ ଅନୁଗୁଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ମୀନକେତନ ନିକଟରେ ଦଳରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ଉଭୟ ଏପ୍ରିଲ୍ ୧ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.