Latest Odisha News

‘ପାପା କେହେତେ ହେଁ’ ଫିଲ୍ମ ଅଭିନେତ୍ରୀ ମୟୁରୀ କଙ୍ଗୋ ହେଲେ ଗୁଗୁଲ ଇଣ୍ଡିଆ ଇଣ୍ଡଷ୍ଟ୍ରି ହେଡ୍

ମୁମ୍ବାଇ : ୧୯୯୫ରେ ‘ନସିମ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ମୟୁରୀ କଙ୍ଗୋ ଗୁଗୁଲ ଇଣ୍ଡିଆର ଏଜେନ୍ସି ବିଜନେସ୍ ଇଣ୍ଡଷ୍ଟ୍ରିର ହେଡ୍ ଭାବେ ନିଯୁକ୍ତ ହୋଇଛନ୍ତି ।

ପରେ ପରେ ସେ ‘ପାପା କେହେତେ ହେଁ’ ଓ ବେତାବୀ ଭଳି ଚଳଚ୍ଚିତ୍ରରେ ମଧ୍ୟ ନିଜର ଅଭିନୟ ଯାଦୁ ଦେଖାଇଥିଲେ ।

ନବେ ଦଶକର ଏହି ଅଭିନେତ୍ରୀ ଜଣକ ଆଇଆଇଟି କାନପୁରରୁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଫିଲ୍ମ ଦୁନିଆ ପ୍ରତି ଆକୃଷ୍ଟ ହୋଇ ସେ ଅଭିନୟକୁ ବୃତ୍ତି କରିଥିଲେ ।

୨୦୦୩ ମସିହାରେ ଏନଆରଆଇ ଆଦିତ୍ୟ ଢିଲୋନଙ୍କୁ ବିବାହ କରିବା ପରେ ମୟୁରୀ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ । ପରେ ସେ ନ୍ୟୁୟର୍କରେ ରହିବା ସହ ସେଠାରେ ସିଟି ୟୁନିଭରସିଟି ଅଫ୍ ନ୍ୟୁୟର୍କ- ବାରୁକ-କଲେଜ-ଜିକଲିନ୍ ସ୍କୁଲ ଅଫ୍ ବିଜନେସ୍ ମାର୍କେଟିଂ ଓ ଫାଇନାନ୍ସରେ ଏମବିଏ କରିଥିଲେ ।

ଗୁଗୁଲରେ ଯୋଗ ଦେବା ପୂର୍ବରୁ ସେ ପରଫର୍ମାନ୍ସର ପ୍ରବନ୍ଧ ମହାନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ।

Leave A Reply

Your email address will not be published.