Latest Odisha News

ଟିକେଟ୍ କସରତ, ଅପରାହ୍ଣରେ ନବୀନ ଡାକିଲେ ବୈଠକ

ଭୁବନେଶ୍ବର: ଅପରାହ୍ନରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଆଜି ଅପରାହ୍ନ ସାଢେ ୩ଟା ସମୟରେ ନବୀନ ନିବାସରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଅଛି । ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି । ତେବେ ଆସନ୍ତା ୨୦୨୪ ସାଧାରଣ ନିବାର୍ଚନ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହେଇପାରେ ବୋଲି ସୂଚନା ମିଳୁଛି । ଦଳର ପ୍ରାୟ ୧୫ରୁ ୨୦ ନେତାଙ୍କୁ ଡକାଯାଇଥିବା ଜଣାପଡ଼ିଛି । କିଛି ଦିନ ହେବ ଟିକଟ ଲବି ପାଇଁ ନେତାଙ୍କ ନିବାସରେ ଗହଳି ଲାଗିଥିଲା । ନିଜ ନିଜ ସମର୍ଥକଙ୍କ ସହ ଆସି ଟିକଟ ଲବି କରିଥିଲେ ନେତା । ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଅପରହ୍ଣରେ ବସୁଥିବା ବୈଠକରେ କ’ଣ ନିଷ୍ପତି ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏପଟେ  ଅପରହ୍ଣ ୫ଟାରେ ଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କୁ  ନେଇ ବୈଠକ ବସିବ । ଶୀର୍ଷ ନେତାଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଅନ୍ୟମାନେ ବୈଠକରେ ଉପସ୍ଥିତ ରହିବେ। ନିର୍ବାଚନ ରଣନୀତି ସହିତ ଟିକେଟ ବାବଦରେ ଆଲୋଚନା ହେବାର ସମ୍ଭାବନା ଅଧିକ ରହିଛି।

Leave A Reply

Your email address will not be published.