Latest Odisha News

BREAKING NEWS

ମଣିତରା ସରପଞ୍ଚଙ୍କ ସଟ୍‌ଡାଉନ୍ ପଦକ୍ଷେପ; ଭୁରି ଭୁରି ପ୍ରଶଂସା କଲେ ନବୀନ

ବୁଗୁଡ଼ା: ସରପଞ୍ଚଙ୍କ ସାହସିକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା ପାଇଁ ସାହସିକ ପଦକ୍ଷେପ ଭିତ୍ତିରେ, ସରକାରଙ୍କ ପ୍ରଦତ୍ତ ବିଶେଷ କ୍ଷମତା ପ୍ରୟୋଗର କରି ପଞ୍ଚାୟତରେ କର୍ଫ୍ୟୁ ଲଗେଇବା ଭଳି ଆଦେଶ ଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ମଣିତାରା ସରପଞ୍ଚ ଶାନ୍ତିଲତା ନାୟକ ।

ଅଧିକ ପଢନ୍ତୁ – ଓଡ଼ିଶାରେ ୪୦୦ ଅତିକ୍ରମ କଲେ କରୋନା ରୋଗୀ; ୨୦ ନୂଆ ପଜିଟିଭ୍ ଚିହ୍ନଟ

ଓଡ଼ିଶା ସରକାରଙ୍କ ଦ୍ୱାରା କୋଭିଡ-୧୯ ଲଢେଇ ପାଇଁ ସରପଞ୍ଚଙ୍କୁ ଦିଆଯାଇଥିବା ବିଶେଷ କ୍ଷମତାକୁ ବାସ୍ତବରେ ପ୍ରୟୋଗ କରିବାରେ ଶାନ୍ତିଲତା ନାୟକ ହେଉଛନ୍ତି ପ୍ରଥମ ସରପଞ୍ଚ ।

ଅଧିକ ପଢନ୍ତୁ – ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାଜପୁର ଫେରୁଛନ୍ତି ପ୍ରବାସୀ; ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ

ପ୍ରବାସୀ ଶ୍ରମିକଙ୍କ ଓଡ଼ିଶା ଫେରିବା ଜନିତ ବଢୁଥିବା ସଂକ୍ରମଣର ଧାରାକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମଣିତାରାର ସରପଞ୍ଚ ଶାନ୍ତିଲତା ନାୟକ ଙ୍କ ମଇ ୯ ତାରିଖରେ ସମଗ୍ର ପଞ୍ଚାୟତରେ ୨୦ ଘଣ୍ଟାର କର୍ଫୁ ଲଗେଇବା ନିଷ୍ପତି ନେଇଥିବା ସୂଚନା ମିଳିଛି ।

 

Leave A Reply

Your email address will not be published.