Latest Odisha News

BREAKING NEWS

ଆରମ୍ଭ ହେଲା ‘ଏସବିଆଇ’ର ୨ୟ ସଂସ୍କରଣ ଗ୍ରୀନ ମାରାଥନ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ ନିରନ୍ତର ଜୀବିକା ପ୍ରୋତ୍ସହନ ନିମନ୍ତେ ଏହାର ବାର୍ଷିକ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ‘ଏସବିଆଇ ଗ୍ରୀନ ମାରାଥନ’ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମକୁ ଏସ୍ବିଆଇ ଭୁବନେଶ୍ୱର ମଣ୍ଡଳ ସିଜିଏମ ପ୍ରବୀଣ କାଲା ଓ ଏସ୍ବିଆଇ ଜେନରାଲ ପ୍ରାଇଭେଟ ଲିମିଟେଡର ଏମଡି ଓ ସିଇଓ ପୁଶନ ମାହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏଥିରେ ୩୦୦୦ ଉତ୍ସାହୀ ଧାବକ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ପ୍ରଥମ ଏଭେରେଷ୍ଟ ଆରୋହୀ କଳ୍ପନା ଦାଶ, କ୍ରୀଡ଼ାବିତ୍ ଅନୁରାଧା ବିଶ୍ୱାଳ, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ କ୍ୟାପଟେନ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ପୂର୍ବତନ ହକି କ୍ୟାପଟେନ ୱିଲିୟମ ଖାଲକୋ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କଳିଙ୍ଗ କ୍ରୀଡ଼ା କଂପ୍ଲେକ୍ସରେ ଅନୁଷ୍ଠିତ ଏହି ମାରାଥନରେ ଧାବକମାନେ ୫, ୧୦ ଓ ୨୧ କି.ମି ଦୌଡ଼ି ସବୁଜ ଭବିଷ୍ୟତର ଶପଥ ନେଇଥିଲେ ।

ଏହି ଧାବକମାନଙ୍କ ସହ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରି ‘ସବୁଜ ପାଇଁ ଦୌଡ଼’ ବାର୍ତ୍ତାରେ ସହାୟକ ହୋଇଥିଲେ ।

ସ୍ୱଚ୍ଛ ଓ ସବୁଜ ସହର ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଜୈବିକ ଟି-ସାର୍ଟ ବଣ୍ଟନ କରାଯାଇଥିଲା । ଅଂଶଗ୍ରହଣକାରୀଙ୍କ ବକ୍ଷ ଦେଶରେ ମାରାଥନ ପରବର୍ତ୍ତୀ ସମୟରେ ବୃକ୍ଷରୋପଣ ନିମନ୍ତେ ମଞ୍ଜି ପ୍ରଦର୍ଶିତ ହୋଇଥିଲା । ଆଗାମୀ ୧ ମାସ ମଧ୍ୟରେ ଏସବିଆଇ ପକ୍ଷରୁ ଚଣ୍ଡିଗଡ଼, ଅହମ୍ମଦାବାଦ, ପାଟନା, କୋଲକତା, ଜୟପୁରରେ ‘ ଏସବିଆଇ ଗ୍ରୀନ ମାରାଥନ’ ଆୟୋଜନ କରିବ ।

ଗତ ୪ ମାସ ମଧ୍ୟରେ ଦେଶର ୯ଟି ସ୍ଥାନ ଯଥା ନୂଆଦିଲ୍ଲୀ, ଲକ୍ଷେ୍ନø, ହାଇଦ୍ରାବାଦ, ମୁମ୍ବାଇ, ବେଙ୍ଗାଲୁର, ଚେନ୍ନାଇ, ତ୍ରିଭାନ୍ଦ୍ରମ, ଗୌହାଟୀ ଓ ଭୋପାଳରେ ‘ ଏସବିଆଇ ଗ୍ରୀନ ମାରାଥନ’ ଆୟୋଜିତ ହୋଇସାରିଛି । ‘ ଏସବିଆଇ ଗ୍ରୀନ ମାରାଥନ’ର ସ୍ୱାସ୍ଥ୍ୟ ସହଯୋଗୀ ହେଉଛି ଏସବିଆଇ ଜେନେରାଲ ଇନସ୍ୟୁରାନସ୍ । ଏହି କାର୍ଯ୍ୟକ୍ରମରେ ଏସବିଆଇ ଲାଇଫ, ଏସବିଆଇ ମ୍ୟୁଚୁଆଲ ଫଣ୍ଡ ଓ ଏସବିଆଇ କାର୍ଡ଼ ଆଦି ସହାୟତା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.