Latest Odisha News

ବ୍ରହ୍ମପୁରରେ ଜାନିବିଲି ବୃହତ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ପ୍ରାୟ ୪୩୧ କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ସମନ୍ୱିତ ଜଳ ଯୋଗାଣ ପ୍ରକଳ୍ପ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ନିମନ୍ତେ ଗଞ୍ଜାମର ଧରାକୋଟ ବ୍ଲକର ଜାନିବିଲିଠାରେ ନିର୍ମିତ ବୃହତ ଜଳ ଯୋଗାଣ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ।

ଏହି ବୃହତ ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ଜିଲ୍ଲାର ଧରାକୋଟ, ଆସିକା, ଶେରଗଡ଼, ହିଞ୍ଜିଳିକାଟୁ, କୁକୁଡ଼ାଖଣ୍ଡି ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ୧୬ଟି ଗ୍ରାମପଞ୍ଚାୟତର ୫୩ଟି ଗ୍ରାମର ଜନସାଧାରଣ ଉପକୃତ ହୋଇପାରିବେ ।

ଏହା ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ ୩୦୦ ଲକ୍ଷ ଲିଟର ଜଳ ୨୩୨ କିମି ପରିବ୍ୟାପ୍ତ ପାଇପଲାଇନ ଦ୍ୱାରା ଜନସାଧାରଣଙ୍କୁ ଯୋଗାଇ ଦିଆଯିବାର ଲକ୍ଷ ରହିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ‘ସ୍ମାର୍ଟ ପାର୍କ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ‘ସ୍ମାର୍ଟ ପାର୍କ’ରେ ଓପନ ଜିମ, ଯୋଗ ଏବଂ ଧ୍ୟାନ ପାଇଁ ସ୍ୱତନ୍ତ୍ର ସ୍ଥାନ, ପିଲାଙ୍କ ଖେଳିବା ଲାଗି ଆବଶ୍ୟକ ଉପକରଣ, ବିଶୁଦ୍ଧ ପାନୀୟ ଜଳ, ଉଭୟ ମହିଳା ଓ ପୁରଷଙ୍କ ପାଇଁ ଟଏଲେଟ କମ୍ପେ୍ଲକ୍ସ ତଥା ଆଲୋକୀକରଣ ପାଇଁ ଯଥେଷ୍ଟ ଏଲଇଡ଼ି ଲାଇଟ୍ ଏବଂ ବସିବା ଲାଗି ଯଥେଷ୍ଟ ସ୍ୱତନ୍ତ୍ର ବ୍ୟବସ୍ଥା ମାନ ଉପଲବ୍ଧ ରହିଛି ।

ମୁଖ୍ୟମନ୍ତ୍ରୀ ‘ଉନ୍ନତି’ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଯୋଜନାରେ ୨୦୦ କୋଟି ଟଙ୍କା ବ୍ୟୟ ଲାଗି ରାଶି ମଞ୍ଜୁର କରିଛନ୍ତି । ଏହାଫଳରେ ଶ୍ମଶାନ କ୍ଷେତ୍ର ଚାରିପଟେ ସୁଦୃଢ ପାଚେରୀ ନିର୍ମାଣ, ଆଲୋକ ବ୍ୟବସ୍ଥା, ଲ୍ୟାଣ୍ଡ ସ୍କେପିଂ ଏବଂ ବ୍ୟାପକ ସବୁଜିମା ତଥା ପାଇପ ଯୋଗେ ପାଣି ବ୍ୟବସ୍ଥା ଉପଲବ୍ଧ ହୋଇପାରିବ ।

ଏତଦବ୍ୟତୀତ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଯୋଗଦାନ କରିଥିଲେ ।

Leave A Reply

Your email address will not be published.