Latest Odisha News

BREAKING NEWS

ପ୍ରତିଶ୍ରୁତି ରକ୍ଷାକଲେ ନବୀନ, ବିଜେପୁର ଲାଗି ମଞ୍ଜୁର ହେଲା ଆଇଟିଆଇ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନରେ ପ୍ରତିଦ୍ୱନ୍ଦିତା କରି ବିପୁଳ ବିଜୟ ହାସଲ କରିଥିଲେ । ପରେ ସେ ଏହି ଆସନଟିକୁ ଜୁଲାଇ ୨ ତାରିଖରେ ଛାଡ଼ିଦେଇଥିଲେ । ବିଜେପୁରର ସ୍ଥାନୀୟ ବାସିନ୍ଦା ତଥା ଯୁବବର୍ଗଙ୍କ ବୈଷୟିକ ଶିକ୍ଷାର ଅଭିବୃଦ୍ଧି ଲାଗି ସେଠାରେ ମୁଖ୍ୟମନ୍ତ୍ରୀ ଏକ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ (ଆଇଟିଆଇ)ପ୍ରତିଷ୍ଠା ଲାଗି ଏହା ମଞ୍ଜୁର କରିଛନ୍ତି ।

ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଅଗଷ୍ଟ ୧ରେ ଏନେଇ ଏକ ବିଜ୍ଞପ୍ତି ପ୍ରକାଶିତ ହୋଇଛି ।

“ସ୍ଥାନୀୟ ଯୁବବର୍ଗଙ୍କ ବୈଷୟିକ ଦକ୍ଷତା ଅଭିବୃଦ୍ଧି ନିମନ୍ତେ ସେଠାରେ ସେମାନଙ୍କୁ ତାଲିମ୍ ପ୍ରଦାନ କରିବାକୁ ଏକ ଆଇଟିଆଇ କେନ୍ଦ୍ର ପ୍ରତିଷ୍ଠା କରାଯିବ । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକରେ ପ୍ରତିଷ୍ଠା ହେବାକୁ ଥିବା ଏହି ଆଇଟିଆଇକୁ ସରକାର ମଞ୍ଜୁର କରିଛନ୍ତି । ”

ଏହି ଆସନଟିକୁ ଛାଡ଼ିବାର ତିନିଦିନ ପୂର୍ବରୁ ଅର୍ଥାତ ମେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ବିଜେପୁର ଲାଗି ୧,୩୩୦ କୋଟି ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଥିଲେ । ଜନହିତକର କାର୍ଯ୍ୟ ଲାଗି ଏହି ପ୍ୟାକେଜ ମଧ୍ୟରେ ବିଜେପୁରରେ ଆଇଟିଆଇ କେନ୍ଦ୍ର, ଗାଇସିଲେଟ ଓ ବରପାଲି ବ୍ଲକରେ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର ଅନ୍ତର୍ଭୃକ୍ତ ।

ବିଜେପୁର ଉପନିର୍ବାଚନ ଆଗକୁ ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏହି ବ୍ୟୟ ମଞ୍ଜୁରୀ ହୋଇଛି ବୋଲି ଏବେ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

Leave A Reply

Your email address will not be published.