Latest Odisha News

BREAKING NEWS

ଗୁଜରାଟ ବନ୍ୟାରେ ଫସିଥିବା ୩୦ ଓଡ଼ିଆ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ଗୁଜରାଟର ନବସାରି ଅଞ୍ଚଳରେ ବନ୍ୟା ଯୋଗୁଁ ଜଳବନ୍ଦୀରେ ଫସି ରହିଥିବା ପ୍ରାୟ ୩୦ ଜଣ ଓଡ଼ିଆ ଶ୍ରମିକଙ୍କୁ ରବିବାର ଦିନ ଉଦ୍ଧାର କରାଯାଇ ସୁରଟ ଅଣାଯାଇଛି ।

ଦୀର୍ଘ ୩ ଦିନ ଧରି ମେନ୍ଧର ଗ୍ରାମରେ ଲଗାଣ ବୃଷ୍ଟିପାତ ହେବାଫଳରେ ଏଠାରେ ଥିବା ୩୨ ଜଣ ବ୍ୟକ୍ତି ଜଳବନ୍ଦୀ ହୋଇ ଫସି ରହିଥିଲେ । ଏସମ୍ପର୍କରେ ଅବଗତ ହେବାପରେ, ଜିଲ୍ଲା ପ୍ରଶାସନ ସେମାନଙ୍କୁ ଉଦ୍ଧାର କରିବା ଲାଗି ତତ୍ପରତା ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହି ଓଡ଼ିଆ ଶ୍ରମିକମାନଙ୍କୁ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇ ସୁରଟ ବିମାନ ବନ୍ଦରକୁ ଅଣାଯାଇଥିଲା ବୋଲି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶିତ ହୋଇଛି ।

Leave A Reply

Your email address will not be published.