Latest Odisha News

BREAKING NEWS

ବିଜେପୁରରେ ନବୀନଙ୍କ ଜୋରଦାର୍ ପ୍ରଚାର

ବରଗଡ: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ନିର୍ବାଚନୀ ପ୍ରଚାର କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ହେଲିକାପ୍ଟର ଯୋଗେ ଲାଉମୁଣ୍ଡାରେ ପହଞ୍ଚିଛନ୍ତି ଏବଂ ନିଜର ସ୍ୱତନ୍ତ୍ର ହାଇ-ଟେକ୍ ବସରେ ଯାଇ ଏକ ବିଶାଳ ର‌୍ୟାଲି ସହ ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ର‌୍ୟାଲି ଆରମ୍ଭ କରିବା ସହ ନବୀନ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି “ଆପଣ ମାନେ ଖୁସି ତ? ମୋତେ ଆଶିର୍ବାଦ କରନ୍ତୁ ଏବଂ ରୀତା ସାହୁଙ୍କୁ ଶଙ୍ଖ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରାନ୍ତୁ । ଧନ୍ୟବାଦ, ଜୁହାର” ବୋଲି କହିଛନ୍ତି ।

ଗସ୍ତ ସୂଚୀଅନୁଯାୟୀ ମୁଖ୍ୟମନ୍ତ୍ରୀ ନିଜର ୨ ଦିନିଆ ଗସ୍ତରେ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪୫ଟି ସ୍ଥାନରେ ରୋଡ୍ ଶୋ’ କରିବେ ।

ଏହାବ୍ୟତିତ ନବୀନ ଗୁରୁବାର ଦିନ ବିଜେପୁର, ଗାଈସିଲଟ୍ ଏବଂ ବରପାଲିରେ ରୋଡ୍ ଶୋ’ କରିବା ପରେ ରାତିରେ ବରପାଲିସ୍ଥିତ ଇନସପେକ୍ସନ ବଙ୍ଗଳାରେ ରହିବେ ବୋଲି ସୂଚନା ମିଳିଛି ।

ତେବେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ଗାଈସିଲଟ୍ ବ୍ଲକର ବିଭିନ୍ନ ସ୍ଥାନରେ ରୋଡ ଶୋ’ କରିବା ପରେ ଅପରାହ୍ନ ୩ଟା ୩୦ମି. ବେଳକୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.