Latest Odisha News

BREAKING NEWS

ଫଟୋରେ ଥିବା ଏଇ କୁନି ଝିଅଟି ବଲିଉଡର ଜଣେ ସଫଳ ନାୟିକା, ଜାଣନ୍ତୁ କିଏ

ମୁମ୍ବାଇ: ଫଟୋରେ ଦେଖୁଥିବା ଏହି କୁନି ଝିଅଟିକୁ ଚିହ୍ନି ପାରୁଛନ୍ତି କି? ଭଲକରି ଲକ୍ଷ କରନ୍ତୁ ତାର ଆଖି, ଓଠ ଆଉ ହାସକୁ । ଠିକ କହିଛନ୍ତି, ଇଏ ହେଉଛନ୍ତି ବଲିଉଡର ଛୋଟେ ନବାବ ସୈଫଙ୍କ ଚୁଲବୁଲି କନ୍ୟା ସାରା ଅଲ୍ଲୀ ଖାନ । ଏହା ହେଉଛି ସାରାଙ୍କ ପିଲାଦିନର ଫଟୋ । ସାରାଙ୍କ ସହ ଏହି ଫଟୋରେ ଅଛନ୍ତି ତାଙ୍କ ପ୍ରଥମ ସାଙ୍ଗ ବେଦିକା ପିଣ୍ଟୋ ।

https://www.instagram.com/p/B3sKxZsplIE/

ସାରା ନିଜରର ପ୍ରଥମ ସାଙ୍ଗ ବେଦିକାଙ୍କ ସହ ଥିବା ଏହି ଫଟୋଟିକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସାରା ଫଟୋଟିକୁ ବେଦିକାଙ୍କ ଜନ୍ମଦିନ ଅବସରରେ ସେୟାର କରିବା ସହ ଦୀର୍ଘ ୨୨ବର୍ଷ ହେବ ତାଙ୍କ ସହ ରହିଥିବାରୁ ସେ ନିଜ ପୋଷ୍ଟ ଜରିଆରେ ସାଙ୍ଗକୁ ଧନ୍ୟବାଦ ଦେଇଛନ୍ତି । ସାରାଙ୍କ ଏହି ପୋଷ୍ଟଟିକୁ ୯ ଲକ୍ଷରୁ ଅଧିକ ଲୋକ ଲାଇକ କରିଛନ୍ତି ।

ସୋସିଆଲ ମିଡିଆରେ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କ ମନକୁ ବାନ୍ଧି ରଖନ୍ତି ସାରା । ଅତୀତରେ ବାପା ସୈଫ ଓ ଭାଇ ଇବ୍ରାହାମ ସହ ସାରା ପୋଷ୍ଟ କରିଥିବା ଫଟୋ ଗୁଡିକ ସର୍ବଦା ଚର୍ଚ୍ଚାରେ ରହିଆସିଛି ।

Leave A Reply

Your email address will not be published.