Latest Odisha News

BREAKING NEWS

ବଡ଼ ପରଦାରେ ନଜର ଆସିବେ ଭାରତର ଏହି ଦୁଇ ଷ୍ଟାର କ୍ରିକେଟର

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଏହି ଦୁଇ ମହାନ ଖେଳାଳି ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି ବଡ଼ ପରଦାରେ । ଅଫସ୍ପିନର୍‌ ହରଭଜନ୍‌ ସିଂହ ଓ ଅଲରାଉଣ୍ଡର ଇର୍ଫାନ୍‌ ପଠାନଙ୍କୁ ଖୁବଶୀଘ୍ର ୨ଟି ଭିନ୍ନ ଭିନ୍ନ ତାମିଲ ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ ଦର୍ଶକ ।

ଇର୍ଫାନ୍‌ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିବା ଏକ ଭିଡିଅରୁ ଜଣା ପଡିଛି ଯେ, ସେ ଅଭିନୟ କରିବାକୁ ଯାଉଥିବା ଚଳଚ୍ଚିତ୍ରର ନାମ ‘ବିକ୍ରମ ୫୮ ’ ରଖାଯାଇଛି ଏବଂ ଅଜୟ ଜ୍ଞାନମୁଥୁ ଏହାର ନିର୍ଦ୍ଦେଶନା ଦେବେ। ଚଳଚ୍ଚିତ୍ରରେ ଇର୍ଫାନ୍‌ଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ହରଭଜନ୍‌ ସିଂହ ମଧ୍ୟ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଥିବା ଟ୍ୱିଟ କରି ଜଣାଇଛନ୍ତି । ଏହି ସିନେମାର ନାମ ‘ଡିକିଲୋନା’ ରଖାଯାଇଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବ କାର୍ତ୍ତିକ ଯୋଗୀ ତୁଲାଇବେ ବୋଲି ଜଣାପଡ଼ିଛି। ହରଭଜନ୍‌ ଟ୍ବିଟ୍‌ କରି ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିବା ବିଷୟ ସ୍ପଷ୍ଟ କରିବା ସହ ତାଙ୍କୁ ସୁଯୋଗ ଦେଇଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ନିର୍ମାତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ସୂଚନାଯୋଗ୍ୟ, ଇରଫାନ ପଠାନ୍‌ ୨୦୧୨ରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନାହାନ୍ତି। ସେ ୨୦୧୨ରେ ଶ୍ରୀଲଙ୍କା ବିପକ୍ଷରେ ଶେଷଥର ପାଇଁ ଭାରତୀୟ ଟ୍ବେଣ୍ଟି୨୦ ଦଳ ତରଫରୁ ଖେଳିଥିଲେ। ସେହିପରି ହରଭଜନ୍‌ ସିଂହ ୨୦୧୬ରେ ଶେଷଥର ପାଇଁ ଭାରତ ତରଫରୁ ଖେଳିଥିଲେ। ବର୍ତ୍ତମାନ ସେ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳ ତରଫରୁ ଖେଳୁଛନ୍ତି।

Leave A Reply

Your email address will not be published.