Latest Odisha News

BREAKING NEWS

‘ସୌର ଜଳନିଧି’ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୌର ଜଳନିଧି’ ନାମକ ଏକ ଯୋଜନାକୁ ଲୋକାର୍ପିତ କରିଛନ୍ତି ।

‘ସୌର ଜଳନିଧି’ ଯୋଜନାରେ ସୌରଚାଳିତ ପମ୍ପର ବ୍ୟବହାର ଦ୍ୱାରା ଓଡିଶାର ଚାଷୀମାନେ ଉପକୃତ ହୋଇପାରିବେ । ରାଜ୍ୟରେ ଯେଉଁ ଚାଷଜମି ପାଇଁ ବିଦ୍ୟୁତ ସଂଯୋଗ କରାଯାଇପାରୁନାହିଁ, ସେହି ଜମି ଗୁଡିକରେ ଏହି ସୌରଚାଳିତ ପମ୍ପ ଦ୍ୱାରା ଜଳସେଚନ କରାଯାଇପାରିବ ।

ରାଜ୍ୟସରକାରଙ୍କ ନିଜସ୍ୱ ଯୋଜନା ‘ସୌର ଜଳନିଧି’ କାର୍ଯ୍ୟକ୍ରମ ଉଦଘାଟନ ଉତ୍ସବରେ ୩୦ଟି ଜିଲ୍ଲାର ପାଖାପାଖି ୧ହଜାର ଚାଷୀ ଭିଡିଓ କନ୍ଫରେନ୍ସ ଜରିଆରେ ଉପସ୍ଥିତ ରହିଥିଲେ । ଏହି ଯୋଜନା ଦ୍ୱାରା ସମୁଦାୟ ୫ ହଜାର କୃଷକ ପରିବାରର ୨୫୦୦ ଏକର ଚାଷ ଜମିକୁ ନିଶ୍ଚିତ ଜଳସେଚନ ସହିତ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି “ୠାଁର ଉନ୍ନତି ତଥା କୃଷିର ଉନ୍ନତି ହେଉଛି ଆମର ଲକ୍ଷ୍ୟ । ଆଜି ଚାଷୀ ଭାଇ ମାନଙ୍କ ପାଇଁ ‘ସୌର ଜଳନିଧି’ ଯୋଜନା ଆରମ୍ଭ କରି ମୁଁ ବହୁତ ଖୁସି ଏବଂ ଏମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି” ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି “ ଏହି ନୂଆ ଯୋଜନାରେ ଚାଷୀ ମାନଙ୍କୁ ୫ହଜାର ସୋଲାର ପମ୍ପ ଯୋଗାଇ ଦିଆଯିବା ଏବଂ ଏଥିରେ ପାଖାପାଖି ୨୫୦୦ ଏକର ଜମିକୁ ପାଣି ମିଳିବ” । ଏହି ଯୋଜନାରେ ରାଜ୍ୟ ସରକାର ଚାଷୀମାନଙ୍କୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଯୋଗାଇ ଦେଉଛନ୍ତି ।

Leave A Reply

Your email address will not be published.