Latest Odisha News

BREAKING NEWS

ସୋଆରେ ଉଦଘାଟିତ ହେଲା ୭ ଦିନିଆ ଜାତୀୟ ସଂହତି ଏବଂ ଏକତା ଶିବିର

ଭୁବନେଶ୍ୱର : ଜାତୀୟ ସଂହତିର ଅର୍ଥ ହେଉଛି ଅନେକତା ମଧ୍ୟରେ ଏକତା ସୃଷ୍ଟି କରିବା ଏବଂ ଦେଶର ସ୍ଥାୟିତ୍ୱ ଏବଂ ସମୃଦ୍ଧି ପାଇଁ ନାଗରିକ ମାନଙ୍କ ମଧ୍ୟରେ ସମଭାବ ସୃଷ୍ଟି କରିବା ସୋମବାର ସୋଆରେ ଆୟୋଜିତ ସାତ ଦିନିଆ ଜାତୀୟ ଏକତା ଶିବିରର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନ ଏହି ବକ୍ତବ୍ୟ ରଖିଛନ୍ତି । ୧୯୬୯ ମସିହାରେ ପ୍ରତିଷ୍ଠିତ ଏନଏସଏସ ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ଜାତୀୟ ଏକତା ଶିବିରରେ ଓଡ଼ିଶା ସମେତ ୧୦ଟି ରାଜ୍ୟର ୨୧ ଟି ବିଶ୍ୱବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଭାଗ ନେଇଛନ୍ତି ।

ସୋଆ କ୍ୟାମ୍ପସରେ ଆୟୋଜିତ ସାତ ଦିନିଆ ଜାତୀୟ ଏକତା ଶିବିରର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ପ୍ରଧାନ ଏହି ବକ୍ତବ୍ୟ ରଖିଛନ୍ତି । ୧୯୬୯ ମସିହାରେ ପ୍ରତିଷ୍ଠିତ ଏନ୍ଏସ୍ଏସ୍ ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ଜାତୀୟ ଏକତା ଶିବିରରେ ଓଡ଼ିଶା ସମେତ ୧୦ଟି ରାଜ୍ୟର ୨୧ ଟି ବିଶ୍ୱବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଭାଗ ନେଇଛନ୍ତି । ଦେଶର ଭୌଗୋଳିକ ସ୍ଥିତି, ସଂସ୍କ ଏବଂ ପରମ୍ପରା ଏବଂ ଅନ୍ୟାନ୍ୟ ଦିଗକୁ ନେଇ ସମସ୍ୟା ଉପୁଜି ଦେଶର ଏକତା ଓ ଅଖଣ୍ଡତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଦେଶର ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଯୁବ ସମାଜର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରଫେସର ପ୍ରଧାନ କହିଛନ୍ତି ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି  ତେଜେଶ୍ୱର ପରିଡ଼ା ଏବଂ ବିଶିଷ୍ଟ ସ୍ୱେଚ୍ଛାସେବୀ ତଥା ‘ସ୍ୱାଭିମାନ୍’ର ପ୍ରତିଷ୍ଠାତ୍ରୀ ଡ. ଶ୍ରୁତି ମହାପାତ୍ର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ନୂତନ ଚିନ୍ତାଧାରା ନେଇ ସମାଜ ଗଠନ ଦିଗରେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ । ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନଏସଏସର ନୂତନ ଆଂଚଳିକ ନିର୍ଦ୍ଦେଶକ  ଆର୍. ଗୋକୁଳକ୍ରିଷ୍ଣନ୍, ପୂର୍ବତନ ଆଂଚଳିକ ନିର୍ଦ୍ଦେଶକ  ଏମ୍. ରାମକ୍ରିଷ୍ଣନ୍, ସୋଆ ଛାତ୍ରମଙ୍ଗଳ ଡିନ୍ ଡ. ଜ୍ୟୋତି ରଞ୍ଜନ ଦାସ ଏବଂ ସୋଆ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡ. ନଚିକେତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ନିଜର ଚିନ୍ତାର ପରିସୀମାକୁ ବୃଦ୍ଧି କରି ବଦ୍ଧପରିକର ହୋଇ ଆଗକୁ ବଢ଼ିବା ପାଇଁ ଡ. ମହାପାତ୍ର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ଏହି ଅବସରରେ ଆହ୍ୱାନ ଦେଇଥିଲେ । ସେ କହିଥିଲେ ବର୍ତମାନ ଏକତାଠାରୁ ସମୁହତା ଆଡକୁ ମୁହାଁଇବାର ସମୟ ଆସିଛି । ସାରା ବିଶ୍ୱ ମଧ୍ୟ ସମୁହତା ବିଷୟରେ ଆଲୋଚନା କରୁଛି । ବିଗତ ଦିନରେ ଆମେ ଅନେକ କିଛି ପଛରେ ଛାଡ଼ି ଆସିଛୁ ପୁଣି ସେହି ପରିସ୍ଥିତିରୁ ବାହାରି ଆମକୁ ଆଗକୁ ଯିବାର କେତେବର୍ଷ ତଳେ ଦୁର୍ଘଟଣାର ଶିକାର ହେବା ପରେ ହ୍ୱିଲ୍ ଚେୟାରରେ ଜୀବନ ଅତିବାହିତ କରୁଥିବା ଡ. ମହାପାତ୍ର କହିଥିଲେ ମଣିଷ ଚାହିଁଲେ ଅନେକ କିଛି କରିପାରିବ । ତାକୁ କେହି ରୋକି ପାରିବେ ନାହିଁ । ନିଜ ଅନୁଭୂତିକୁ ବଖାଣି ସେ କହିଥିଲେ ନିଜ ଶିକ୍ଷା କ୍ଷେତ୍ରରେ ମୁଁ ଗୋଲ୍ଡ ମେଡାଲ୍ ପାଇଥିଲି ଏବଂ ଜାତୀୟ ସ୍ତରରେ ବାସ୍କେଟବଲ୍ ମଧ୍ୟ ଖେଳୁଥିଲି । ତେବେ ବର୍ତମାନ ଲୋକ ମୋତେ ହ୍ୱିଲ୍ ଚେୟାରରେ ଦେଖୁଛନ୍ତି । ସମାଜ ଦ୍ୱାରା ପ୍ରତ୍ୟାଖ୍ୟାତ ହେବା ପରି ମୁଁ ମନେ କରିଥିଲି । ଏହା ସତ୍ୱେ ମୁଁ କେବେ ପଛକୁ ଫେରି ଚାହିଁନି । ସେ ସ୍ୱେଚ୍ଛାସେବୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ କୌଣସି କାର୍ଯ୍ୟ ହେବନି ବୋଲି କେବେ ବି ଭାବନାହିଁ ।

ସେ କହିଥିଲେ ଯେ ନିରନ୍ତର ପ୍ରଚେଷ୍ଟା ଦ୍ୱାରା ବର୍ତମାନ ସରକାର ଭିନ୍ନକ୍ଷମଙ୍କ ସୁରକ୍ଷା ପାଇଁ ପାଂଚଟି ଆଇନ୍ ଆଣିଛନ୍ତି । ଅଲିମ୍ପିକ୍ ଖେଳରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ଅପେକ୍ଷା ପାରା-ଅଲିମ୍ପିକ୍ ଖେଳରେ ଭାରତୀୟ ପ୍ରତିଯୋଗୀମାନେ ଅଧିକ ମେଡାଲ୍ ହାସଲ କରିଥିବା ଡ. ମହାପାତ୍ର କହିଥିଲେ । ଏହି ଅବସରରେ ଶ୍ରୀ ପରିଡ଼ା କହିଥିଲେ ଯେ ଏନଏସଏସର ପ୍ରତିଷ୍ଠା ୧୯୬୯ରେ ହୋଇଥିବା ବେଳେ ଦେଶ ବର୍ତମାନ ମହାତ୍ମା ଗାନ୍ଧୀଙ୍କ ୧୫୦ ଜନ୍ମ ଶତବାର୍ଷିକି ପାଳନ କରୁଛି ।

ଏନ୍ଏସ୍ଏସ୍ ମଧ୍ୟ ଗାନ୍ଧୀଙ୍କ ବିଚାରଧାରାରେ ସ୍ଥାପିତ । ତେଣୁ ରାଷ୍ଟ୍ର ଗଠନ ଏବଂ ସାମାଜିକ ପରିବର୍ତନ ଦିଗରେ ଯୁବପିଢ଼ି କାର୍ଯ୍ୟକରନ୍ତୁ ବୋଲି ଶ୍ରୀ ପରିଡ଼ା ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ ଦେଇଥିଲେ । ଛାତ୍ରଛାତ୍ରୀମାନେ ଦେଶର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତନ ନିମନ୍ତେ ନିଜର ବିଚାରଧାରା ଆଣନ୍ତୁ ବୋଲି ସେ କହିଥିଲେ । ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ ନେଇ ଆଗେଇ ଆସିବା ସହ ସରକାର ଓ ଜନସାଧାରଣ ମଧ୍ୟରେ ସେମାନେ ଏକ ସେତୁ ଭଳି କାର୍ଯ୍ୟ କରିବା ନିମନ୍ତେ ସେମାନେ ପ୍ରସ୍ତୁତ ହୁଅନ୍ତୁ ବୋଲି ଶ୍ରୀ ପରିଡା କହିଥିଲେ ।

ଜାତୀୟ ଏକତା ଶିବିର ଅବସରରେ ମଙ୍ଗଳବାର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଏକ ର‌୍ୟାଲିର ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀମାନେ ନିଜ ନିଜ ରାଜ୍ୟର ପାରମ୍ପରିକ ପୋଷାକ ପରିଧାନ କରି ଅନେକତା ମଧ୍ୟରେ ଏକତାର ନିଦର୍ଶନ ଦେଖାଇଥିଲେ । ସୋଆ କ୍ୟାମ୍ପସରେ ଯୋଗ ଶିକ୍ଷକ  ଅଖିଳଚନ୍ଦ୍ର ରଣାଙ୍କ ନେତୃତ୍ୱର ଏକ ଯୋଗ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଶିବିରରେ ସମସ୍ତ ସ୍ୱେଚ୍ଛାସେବୀ ଓ କାର୍ଯ୍ୟକ୍ରମ ସଂଯୋଜକମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.