Latest Odisha News

ଆକାଶମାର୍ଗରୁ ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ୟସ୍ ପ୍ରଭାବରେ କ୍ଷୟକ୍ଷତି କେତେ ? କେଉଁ ଅଞ୍ଚଳ କେତେ ପ୍ରଭାବିତ ହୋଇଛି । ଆଜି ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିବେ । ଆଜି ଅପରାହ୍ଣରେ ବାତ୍ୟାଞ୍ଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗତକାଲି ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଥିଲେ । ପ୍ରଭାବିତ ଜିଲ୍ଲାର ୧୨୮ଟି ଗାଁକୁ ୭ ଦିନ ରିଲିଫ ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏବାସହ ୨୪ ଘଣ୍ଟାରେ ପ୍ରମୁଖ ରାସ୍ତାଗୁଡ଼ିକର ପୁନରୁଦ୍ଧାର ଓ ୮୦ ପ୍ରତିଶତ ବିଦ୍ୟୁତ ସରବରାହ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବାତ୍ୟା ୟସ୍ ପ୍ରଭାବରେ ବେଶୀ କ୍ଷତି ସହିଛି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା । ମାଡ଼ି ଆସିଲା ସମୁଦ୍ର । ସମୁଦ୍ର ଉପକୂଳବର୍ତ୍ତୀ ଗାଁଗୁଡ଼ିକ ଜଳବନ୍ଦୀ । ବିଭିନ୍ନ ଗାଁରେ ପଶିଛି ସମୁଦ୍ର ପାଣି । ବାତ୍ୟା ଯିବା ପରେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା ।

Leave A Reply

Your email address will not be published.