Latest Odisha News

BREAKING NEWS

ଡିପ୍ ଡିପ୍ରେସନ୍ ହେଲା ୟସ୍: ଓଡ଼ିଶାରେ ତାଣ୍ଡବ ପରେ ଝାଡ଼ଖଣ୍ଡରେ ପ୍ରବେଶ

ଭୁବନେଶ୍ୱର: ଓଡ଼ିଶାରେ ତାଣ୍ଡବ ରଚିବା ପରେ ଝାଡ଼ଖଣ୍ଡରେ ପ୍ରବେଶ କରିଛି ବାତ୍ୟା ୟସ୍ । ଏବେ ଏହା ଡିପ୍ ଡିପ୍ରେସନ୍ ହୋଇ ସାରିଛି । ଝାଡ଼ଖଣ୍ଡର ଦକ୍ଷିଣ ଓ ସଂଲଗ୍ନ ଉତ୍ତର କେନ୍ଦ୍ରୀୟ ଓଡ଼ିଶା ଉପରେ ରହିଛି ଗଭୀର ଅବପାତ । ଏବେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରିବା ସହ ଧିରେ ଧିରେ ଦୁର୍ବଳ ହେଉଛି ।

ଝାଡ଼ଖଣ୍ଡର ଦକ୍ଷିଣରୁ ୭୦ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଏବଂ ରାଞ୍ଚିଠାରୁ ୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଭାରତୀୟ ପାଣିପାଗ ବିଭାଗ କହିଛି, ଆସନ୍ତା ୧୨ ଘଣ୍ଟାରେ ଏହା ଡିପ୍ରେସନରେ ପରିଣତ ହେବ ।

ଏହାର ପ୍ରଭାବରେ ଆଜି ଉତ୍ତର କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବି ବର୍ଷିପାରେ । ସେହିପରି ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର କେନ୍ଦ୍ରୀୟ ଓଡ଼ିଶାର ଜିଲ୍ଲାରେ ୫୦-୬୦ କିଲୋମିଟର ପବନ ବହିପାରେ ।

Leave A Reply

Your email address will not be published.