Latest Odisha News

BREAKING NEWS

ରାଜ୍ୟରେ ଖସିଲା ସଂକ୍ରମଣ, ଥମୁନି ମୃତ୍ୟୁ; ଲଗାତାର ଦ୍ୱିତୀୟ ଦିନରେ ଆଉ ୩୪ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ଜୀବନ ନେଉଛି କରୋନା । ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ହଠାତ୍ ପ୍ରାୟ ୪ ହଜାର ପାଖାପାଖି ହ୍ରାସ୍ ପାଇଛି । ଦିନକରେ ୬ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪ ଜଣଙ୍କ ଜୀବନ ନେଇଛି କିଲର୍ କରୋନା । ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨ ହଜାର ୬୧୮କୁ ବୃଦ୍ଧି ପାଇଛି ।

ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଥିବା ଅନୁଗୁଳରେ ଜିଲ୍ଲାରେ ସବୁଠୁ ଅଧିକ ୫ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ବୌଦ୍ଧରେ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳରେ ଜଣେ, ଗଜପତିରେ ୨ ଜଣ, ଝାରସୁଗୁଡ଼ାରେ ୨ ଜଣ, କଳାହାଣ୍ଡିରେ ୪ ଜଣ, କେନ୍ଦ୍ରାପଡ଼ାରେ ୨ ଜଣ, ଖୋର୍ଦ୍ଧାରେ ୪ ଜଣ, ନବରଙ୍ଗପୁରରେ ୨ ଜଣ, ନୂଆପଡ଼ାରେ ୩ ଜଣ, ପୁରୀରେ ଜଣେ, ରାୟଗଡ଼ାରେ ୨ ଜଣ, ସୁନ୍ଦରଗଡ଼ରେ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.