Latest Odisha News

BREAKING NEWS

ବିଜେଡ଼ିର ନୂଆ ‘ମିଡ଼ିଆ ଟିମ୍’ ଘୋଷଣା କଲେ ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଏକ ୩୧ ଜଣିଆ ପରିବର୍ଦ୍ଧିତ ମିଡ଼ିଆ ଟିମ୍ ଘୋଷଣା କରିଛନ୍ତି ।

ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡ଼ି ନେତା ସସ୍ମିତ ପାତ୍ରଙ୍କୁ ଏହି ମିଡ଼ିଆ ଟିମର କୋଅର୍ଡ଼ିନେଟର୍ ଭାବେ ନିଯୁକ୍ତ ହୋଇଥିବା ବେଳେ ଜାତୀୟ ମୁଖପାତ୍ର ଲାଗି ୫ଜଣ ସଦସ୍ୟ ସ୍ଥାନିତ ହୋଇଛନ୍ତି । ସେହିପରି ବିଜେଡ଼ି ଦଳୀୟ ମୁଖପାତ୍ର ଭାବେ ୧୫ ଜଣ ନେତା ସ୍ଥାନ ପାଇଥିବା ବେଳେ ୧୦ ଜଣ ନେତାଙ୍କୁ ପ୍ୟାନେଲିଷ୍ଟ ଭାବେ ଦାୟିତ୍ୱ ମିଳିଛି ।

ନୂଆ ବିଜେଡ଼ି ମିଡ଼ିଆ ଟିମ୍:

ମିଡ଼ିଆ କୋଅର୍ଡ଼ିନେଟର୍: ସସ୍ମିତ ପାତ୍ର

ଜାତୀୟ ମୁଖପାତ୍ର: ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ସତ୍ୟନାରାୟଣ ସାହୁ ।

ଦଳୀୟ ମୁଖପାତ୍ର: ପ୍ରତାପ କେଶରୀ ଦେବ, ଦେବୀ ପ୍ରସାଦ ମିଶ୍ର, ପ୍ରଶାନ୍ତ ନନ୍ଦ, ରମେଶ ଚନ୍ଦ୍ର ମାଝୀ, ବ୍ୟୋମକେଶ ରାୟ, ସୁବାସ ଚୌହାନ, ସୁବାଷ ସିଂହ, ଆକାଶ ଦାସନାୟକ, ଅନୁଭବ ପଟ୍ଟନାୟକ, ଲେନିନ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର ଏବଂ ଭରଦ୍ୱାଜ ମିଶ୍ର ।

ପ୍ୟାନେଲିଷ୍ଟ: ମିହିର ମହାନ୍ତି, ସନ୍ତୋଷ ଲେଙ୍କା, ବିଶ୍ୱଜିତ ମହାନ୍ତି, ସଞ୍ଜୟ ବାବୁ, ହରିଶ ଚୌଧୁରୀ, ତପନ ଦାସ, ଦୁର୍ଗା ସାମନ୍ତରାୟ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାଶ, ଓମ ପ୍ରକାଶ ସାହୁ ।

Leave A Reply

Your email address will not be published.