Latest Odisha News

ନବୀନ ପଟ୍ଟନାୟକ ବିଜେପିର ସହଯୋଗୀ: ଟିଏମସି ସାଂସଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ ପଟ୍ଟ ପରିବର୍ତ୍ତନ କରିବା ପରେ ସେ ଆଗାମୀ ଦିନରେ ପ୍ରଧାନମମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ସେ ମୋଦୀଙ୍କ ସମସ୍କନ୍ଧ ନେତା ହୋଇଥିବାରୁ ଆଗାମୀ ଦିନରେ ସେ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଯାହାକୁ ନେଇ ଦେଶର ରାଜନୀତି ସରଗରମ ରହିଛି।

ନୀତୀଶ ଏନଡିଏକୁ ବାଏ ବାଏ କହିବା ପରେ ବିରୋଧୀ ଉତ୍ସାହିତ ହେବେ ବୋଲି କୁହାଯାଉଛି। କିନ୍ତୁ ନୀତୀଶଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାକୁ ନେଇ ବୋଧହୁଏ କେଉଁଠି ନାଁ କେଉଁଠି ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଆଶା କରୁଥିବା ନେତା ଏବେ ଚିନ୍ତିତ ରହିଛନ୍ତି। ଯେଉଁଥିରେ ମମତା ବାନାର୍ଜୀଙ୍କ ନାଁ ରହିଛି। କାରଣ ବିଜେପି କ୍ଷମତାରୁ ହଟିବା ପରେ ପୂର୍ବରୁ ଅନେକ ଥର ଉତ୍ସାହିତ ହୋଇ ବୟାନ ରଖୁଥିବା ମମତା ଏଥର ନିରବ ରହିଛନ୍ତି।

ଏହାକୁ ନେଇ ଏନଡିଟିଭିର ଏକ ବିତର୍କରେ ସାମିଲ ହୋଇ ଟିଏମସି ସାଂସଦ ଡାରେକ ଓବ୍ରାଏନ ମତ ରଖିଛନ୍ତି।  ମମତା ସାର୍ବଜନୀନ ଭାବେ ଶୁଭେଚ୍ଛା ନଜଣାଇବାକୁ ନେଇ ପରୋକ୍ଷରେ କହିଛନ୍ତି ମୋବାଇଲେ ମେସେଜରେ କରିଥାଇପାରନ୍ତି। ପରେ ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳ ବିଜୟୀ ହେଉଛି। ଏହା ଏକ ବଡ଼ ସଫଳତା। ତେଲେଙ୍ଗାନାରେ କେସିଆର, ପଶ୍ଚିମବଙ୍ଗରେ ମମତା, ତାମିଲନାଡୁରେ ଡିଏମକେ, ବିହାରରେ ନୀତିଶ ଓ ତେଜପ୍ରତାପ ଯାଦବ ବିଜେପିକୁ ବ୍ୟାକଫୁଟକୁ ଠେଲିଛନ୍ତି। ଏପରି ବିଜେପି ବିରୋଧୀଙ୍କ ସଂଖ୍ୟା ବଢିଲେ ବିଜେପି କେନ୍ଦ୍ରରୁ ହଟିଯିବ ବୋଲି ସେ କହିଛନ୍ତି। ସେହିପରି ୟୁପିରେ ବିଜେପିକୁ ବ୍ୟାକଫୁଟକୁ ଠେଲିବେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ। ସେହିପରି କଂଗ୍ରେସ ଯେଉଁ ରାଜ୍ୟରେ କ୍ଷମତାରେ ରହିଛି ସେଠାରେ ଭଲ ପ୍ରଦର୍ଶନ କରିବା ଦରକାର। ଏଥିପାଇଁ ସେ ଉତ୍ତରଦାୟୀ ରହିବ।

ଏହି ସମୟରେ ଅନ୍ୟତମ ଆଞ୍ଚଳିକ ଦଳ ବିଜେଡି ପ୍ରସଙ୍ଗରେ ମମତାଙ୍କ ସାଂସଦ କହିଛନ୍ତି, ନବୀନ ପଟ୍ଟନାୟକ ବିଜେପିର ସହଯୋଗୀ। ସଂସଦରେ ବିଭିନ୍ନ ପ୍ରସଙ୍ଗରେ ସବୁବେଳେ ନବୀନ ସମର୍ଥନ କରୁଛନ୍ତି। ତେଣୁ ନବୀନଙ୍କୁ ବିଜେପି ବିରୋଧୀ ତାଲିକାରେ ଗଣୁନାହାନ୍ତି ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଜୁଲାଇ 24ରେ ଏନଡିଟିଭି ବିତର୍କରେ ସାମିଲ ହୋଇ ଟିଏମସି ସାଂସଦ ଓବ୍ରାଏନ କହିଥିଲେ, ବିଜେପିର ‘ବିଭାଜିତ ଏଜେଣ୍ଡା’କୁ ବିଜେଡି ସମର୍ଥନ କରୁଛି। ତେଣୁ ବିଜେପି ନିଜ ଉଦ୍ଦେଶ୍ୟରେ ସଫଳ ହେଉଛି। ଆଞ୍ଚଳିକ ଦଳ ଭାବେ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେହି ପଚାରନ୍ତି ନାହିଁ । କିନ୍ତୁ ବିଜେଡି ବିଜେପିର ଗୋଟିଏ ସରକାରୀ ସମର୍ଥକ ପାଲଟିଥିବା ବେଳେ ଓ୍ୱାଇଏସଆର କଂଗ୍ରେସ ମଧ୍ୟ ଅଣ ସରକାରୀ ସମର୍ଥକ ପାଲଟିଛି ବୋଲି କହିଥିଲେ ଓବ୍ରାଏନ।

Leave A Reply

Your email address will not be published.