Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୧

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାବନ ଶ୍ରୀକ୍ଷେତ୍ରରେ ପତିତପାବନୀ ଶ୍ୱେତଗଙ୍ଗା ପୁଷ୍କରିଣୀ ସହିତ, ଭାରତର ପ୍ରାଣବିନ୍ଦୁ ସ୍ୱରୂପ ପାବନୀ ଗଙ୍ଗା ନଦୀର ସଂଯୋଗ ଥିବାର ଅନେକ ପୌରାଣିକ କାହାଣୀ ଓ ଜନସ୍ମୃତି କିମ୍ବଦନ୍ତୀ ଆଦି ବିଷୟରେ ଜାଣିବା ପରେ ଶେଷରେ ଏହି ତୀର୍ଥର ବିଶେଷ ଖ୍ୟାତି ବିଷୟରେ ଏକ ରୋଚକ ଉପାଖ୍ୟାନ ଆଜି ଜାଣିବା । ଉଭୟ ଶ୍ୱେତ ମାଧବ ଓ ମତ୍ସ୍ୟମାଧବଙ୍କ ଅବସ୍ଥିତି ସହ ଏହି ତୀର୍ଥ ବିଷ୍ଣୁ ପାଦ ଚି଼ହ୍ନ ଥିବା ଏକ ଶିଳା କୁ ନିଜ ତଟରେ ସ୍ଥାନ ଦେଇ ବିଶେଷ ଭାବରେ ଚର୍ଚ୍ଚିତ ହୋଇଛି । କାରଣ ଏହି ଶିଳାର ଏକ ବିଶେଷ ଗୁଣ ରହିଛି । କୁହାଯାଏ ବା ଲୋକଙ୍କର ବିଶ୍ୱାସ ରହିଛି ଯେ ଅତ୍ୟନ୍ତ ପାପଗ୍ରସ୍ତ ବ୍ୟକ୍ତି, ଘୋର ରୋଗରେ ପୀଡିଡ଼ ହୋଇ, ଅତ୍ୟନ୍ତ ଯନ୍ତ୍ରଣାରେ ପାଇବା ପରେ ମଧ୍ୟ ମୃତ୍ୟୁ ହୁଏନି । କିନ୍ତୁ ପ୍ରତି ମୁହୂର୍ତ୍ତରେ ସେ ମୃତ୍ୟୁକୁ ଆହ୍ୱାନ କରୁଥାଏ । ବିଶ୍ୱାସ ଅଛି ସେହି ବ୍ୟକ୍ତିର ସମ୍ପୂର୍ଣ୍ଣ ପାପ ନଷ୍ଠ କରିବା ପାଇଁ ଓ ଯନ୍ତ୍ରଣାରୁ ମୁକ୍ତି ପାଇଁ ତାଙ୍କୁ ଆଣି ଏହି ଶିଳାକୁ ସ୍ପର୍ଶ କରାଇଲେ ଅଥବା ଏଠାରେ ସମର୍ପିତ ପ୍ରସାଦ (ଏକ ବିଶେଷ ପଣା )ତାଙ୍କୁ ସେବନ କରାଇଲେ, ଯନ୍ତ୍ରଣା ର ଉପଶମ ହୁଏ ଓ ସେହି ବ୍ୟକ୍ତି ମୃତ୍ୟୁ ଲାଭ କରନ୍ତି ଏବଂ ପାପ ନାଶ ହୋଇ ସ୍ୱର୍ଗ ପ୍ରାପ୍ତି ହୋଇଥାଏ ବୋଲି ଅଖଣ୍ଡ ବିଶ୍ୱାସ ଅଛି ।

ଉଗ୍ରେଶ୍ୱର ଭୈରବ ଏହି ଶିଳା ର ରକ୍ଷକ ଅଟନ୍ତି ନୀଳମଣି ପୁରାଣ କହେ “ପ୍ରଣମ୍ୟ ଭୈରବମୁଗ୍ରଂ ଶୂଳହସ୍ତଂ ବରପ୍ରଦମ, ଉଗ୍ରେଶ୍ୱରଂ ମହାଭୀମଂ ତୀର୍ଥପାଳ ହରିପ୍ରିୟମ ତତଃସ୍ନାତ୍ୱା ନମସ୍କୃତ୍ୟ ମୁକ୍ତିଶିଲା ପଦଦ୍ବୟଂ, ପରଂ ଗୋପ୍ୟତମଂ ସ୍ଥାନଂ
ଶ୍ୱେତତୀର୍ଥସ୍ୟ ଦକ୍ଷିଣେ । ଏଭଳି ଗୋପ୍ୟ ତୀର୍ଥ ସଂସାରରେ ବିରଳ ଏଠାରେ ପାବନୀ ଗଙ୍ଗା ଗୋପ୍ୟ ଭାବରେ ଅବସ୍ଥାନ କରୁଥିବାରୁ ଓ ମୁକ୍ତି ତୀର୍ଥ ହୋଇ ଥିବାରୁ ଶ୍ରଦ୍ଧାଳୁ ମାନେ ଏଠାରେ ଅସ୍ଥି ବିସର୍ଜନ କରିଥାନ୍ତି । ଏହି ତୀର୍ଥକୁ ପୁଣି ପ୍ରଣାମ ଜଣାଇ ଆସନ୍ତୁ କରିବା ଆରାଧନା ଓ ଭାଗବତ ପଠନ ଜଗତ ଉଦ୍ଧାର ପାଇଁ ।

ଆତ୍ମା ର ଜନ୍ମ ମୃତ୍ୟୁ ନାହିଁ
ଦେହରୁ ବିଲକ୍ଷଣ ସେହି ।
ଯେସନେ ବୀଜୁ ବୃକ୍ଷ ଜାତ
ସେ ବୀଜ ପୁଣି ବୃକ୍ଷେ ସ୍ଥିତ ।
ଵିପlକେ ଜନ୍ମମୃତ୍ୟୁ ନାହିଁ
ବୀଜର ଜନ୍ମମୃତ୍ୟୁ କାହିଁ ।
ବୃକ୍ଷରୁ ବୀଜ ବିଲକ୍ଷଣ
ସେ ରୂପେ ଦେହୁଁ ଆତ୍ମା ଭିନ୍ନ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.