Latest Odisha News

BREAKING NEWS

ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ: ପୁଣି ମେଡିକାଲ ବେଡରୁ ବାର୍ତ୍ତା ଦେଲେ…

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୋମବାର ଅପରାହ୍ନରେ ସମ୍ ଅଲ୍ଟିମେଟ ମେଡିକେୟାରର ଅବଜରଭେସନ୍ ରୁମ୍‌ରୁ କ୍ୟାବିନ୍‌କୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ତାଙ୍କ କଣ୍ଡିସନ୍ ଷ୍ଟେବୁଲ ରହିଥିବା ସମ୍ ପକ୍ଷରୁ ଏକ ମେଡିକାଲ୍ ବୁଲେଟିନ୍‌ରେ କୁହାଯାଇଛି ।

ଏହି ସମୟରେ ନବୀନ ପଟ୍ଟନାୟକଙ୍କର ପୁଣି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ମେଡିକାଲ ବେଡରୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, “ମୁଁ ଭଲ ଅଛି। ଡାକ୍ତରମାନେ ବହୁତ ଭଲ ଚିକିତ୍ସା କରୁଛନ୍ତି।” ସେ ସମସ୍ତଙ୍କର ଶୁଭକାମନା ପାଇଁ ଧନ୍ୟବାଦ ଜଣାଇବା ସହ ଦେଖା କରିବାକୁ ଚାହୁଁଥିବା ଲୋକଙ୍କୁ ନବୀନ ନିବାସକୁ ଆସିବାକୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି (ରବିବାର) ଅପରାହ୍ନରେ ଡିହାଇଡ୍ରେସନ୍ ଯୋଗୁଁ ତାଙ୍କୁ ଭୁବନେଶ୍ୱରର ସମ୍ ଅଲଟିମେଟ୍ କୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେ ସୁସ୍ଥ ଅନୁଭବ କରୁଛନ୍ତି ଏବଂ ତାଙ୍କ ଚିକିତ୍ସା ଜାରି ରହିଛି ବୋଲି ସମ୍ ବୁଲେଟିନ୍‌ ରେ କୁହାଯାଇଛି ।

ନବୀନ ପଟ୍ଟନାୟକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ଗତକାଲି ଠାରୁ ମନ୍ତ୍ରୀ, ବିଧାୟକ, ନେତା, ସମର୍ଥକ ଓ ପ୍ରଶଂସକମାନେ ସମ୍‌ ଅଲ୍ଟିମେଟ୍‌ ମେଡିକାୟର ଆଡ଼କୁ ଅଗ୍ରସର ହେଉଛନ୍ତି । ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ମେଡିକାଲରେ ପହଞ୍ଚି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଛନ୍ତି । ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିଥିଲେ ।

ତେବେ ଏହା ପୂର୍ବରୁ ନବୀନ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଅସ୍ତ୍ରୋପଚାର କରି ଓଡିଶା ଫେରିଥିଲେ ।

 

Comments are closed.