Latest Odisha News

ପିପିଲିରେ ଭର୍ଚୁଆଲ୍ ପ୍ରଚାର କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଚାଲିବ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲରେ ଭୋଟ୍ ମାଗିବେ ନବୀନ । କେଉଁ ତାରିଖରେ ପ୍ରଚାର କରିବେ ତାହା ଆଜି ସନ୍ଧ୍ୟାରେ ଚୂଡାନ୍ତ ହେବ । ଏହି ସୂଚନା ଦେଇଛନ୍ତି ବିଧାୟକ ଉମା ସାମନ୍ତରାୟ ।

ଏବେ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଭର୍ଚୁଆଲରେ ପ୍ରଚାର କରିବେ ନବୀନ । ବରିଷ୍ଠ ନେତାଙ୍କ ହାତରେ ପିପିଲି ଦାୟିତ୍ୱ ଦେଇଛନ୍ତି । ନେତା ଓ କର୍ମୀ ବିଭିନ୍ନ ପଞ୍ଚାୟତରେ ପ୍ରଚାରକୁ ସରଗରମ କରିଛନ୍ତି । ରୋଡ୍ ସୋ, ବାଇକ୍ ରାଲି ଓ ଡୋର୍ ଟୁ ଡୋର୍ କ୍ୟାମ୍ପେନରେ କମ୍ପୁଛି ପିପିଲି ବ୍ୟାଟଲ ଗ୍ରାଉଣ୍ଡ । ଦଳୀୟ କର୍ମୀ ଅପେକ୍ଷା କରିଛନ୍ତି କେବେ ପ୍ରଚାର ମୈଦାନକୁ ଓହ୍ଲାଇବେ ସୁପ୍ରିମୋ ।

Leave A Reply

Your email address will not be published.