Latest Odisha News

BREAKING NEWS

୧୦ କୋଟି ଟଙ୍କାରେ ଉର୍ବଶୀ ସାଇନ କଲେ ତାମିଲ ଫିଲ୍ମ

ମୁମ୍ବାଇ:ବଲିଉଡରେ ନାମ କମାଇବା ପରେ ଏବେ ଉର୍ବଶୀ ରୌତଲା ସାଉଥ ଫିଲ୍ମ ଆଡେ ମୁହାଁଇଛନ୍ତି । ତାମିଲର ଏକ ଫିଲ୍ମରେ ଅଭିନୟ କରିବା ପାଇଁ ଉର୍ବଶୀଙ୍କୁ ୧୦ କୋଟି ଟଙ୍କା ମିଳିଛି । ଫିଲ୍ମର ନାମ ଘୋଷଣା ହୋଇ ନ ଥିଲେ ମଧ୍ୟ ଏହାର ଶୁଟିଂ ଆରମ୍ଭ ହୋଇଯାଇଛି । ସାଉଥର ଏହି ଫିଲ୍ମରେ ସେ ଜଣେ ମାଇକ୍ରୋବାୟୋଲୋଜିଷ୍ଟ ଓ ଆଇଆଇଟିଆନ ଭୂମିକାରେ ଅବତୀର୍ଣ୍ଣ ହେବେ । ପ୍ରତିଷ୍ଠିତ ଅଭିନେତା ସରବନନଙ୍କ ସହ ତାଙ୍କୁ ଶୁଟିଂ ସେଟରେ ଦେଖିବାକୁ ମିଳିଛି ।

ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରାଙ୍କ ପରେ ସେ ଦାମୀ ଅଭିନେତ୍ରୀ ଶ୍ରେଣୀରେ ସାମିଲ ହୋଇଛନ୍ତି । ଉର୍ବଶୀ ଖୁବ୍ ଶୀଘ୍ର ବ୍ଲାକ ରୋଜ ନାମକ ଏକ ତେଲୁଗୁ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଅଭିନୟ ଅପେକ୍ଷା ସେ ବଲିଉଡରେ ଲଭ ଡ୍ୟାନ୍ସ, ବିଜଲୀ କେ ତାର, ଏକ ଲଡକି ଭିଗି ଭିଗି ସେ ପରି ଗୀତରେ ଡ୍ୟାନ୍ସ ନମ୍ବର କରି ଚର୍ଚ୍ଚାକୁ ଆସିଥିଲେ ।

Leave A Reply

Your email address will not be published.