Latest Odisha News

BREAKING NEWS

ଆସିଲା ଜୁନିଅର୍ ବାବୁସାନ୍‌, ବାପା ହେଲେ ଓଲିଉଡର ଲଭର ବୟ 

ଭୁବନେଶ୍ୱର: ବାପା ହେଲେ ଓଲିଉଡ ଅଭିନେତା ତଥା ସୁପରଷ୍ଟାର ବାବୁ ସାନ୍ ମହାନ୍ତି । ତାଙ୍କ ସ୍ତ୍ରୀ ତୃପ୍ତି ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟେ ମା’ ଏବଂ ପୁଅ ସୁସ୍ଥ ଥିବା ଜଣାପଡିଛି । ଆସନ୍ତା ୨ଦିନ ମଧ୍ୟରେ ତୃପ୍ତିଙ୍କୁ ଡିସ୍‌ଚାର୍ଜ କରାଯିବ । 

ଏହି ଖବର ଜଣାପଡିବା ପରେ ଓଲିଉଡରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରୁ ବାବୁସାନ୍‌ଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି । କରୋନା ଯୋଗୁ ହସ୍ପିଟାଲ ନଯାଏ ସମସ୍ତେ ଫୋନ ଯୋଗେ ଉତ୍ତମ ମହାନ୍ତି ଓ ଅପରାଜିତା ପ୍ରିୟଦର୍ଶିନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

ବିବାହର ସାତ ବର୍ଷ ପରେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି ବାବୁସାନ୍ । ଗତ ୨୦୧୪ ମସିହାରେ ତୃପ୍ତି ଶତପଥୀଙ୍କୁ ବାବୁସାନ ବିବାହ କରିଥିଲେ ।

Leave A Reply

Your email address will not be published.