Latest Odisha News

୩୧ରୁ ଜିଲ୍ଲା ବୁଲିବେ ନବୀନ: ପଚାରି ବୁଝିବେ ଉଜୁଡା କ୍ଷେତର ହାଲ୍

ଭୁବନେଶ୍ବର: ଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ନବୀନ ବୁଲିବେ ଜିଲ୍ଲା । ଏହାକୁ ନେଇ ଆସନ୍ତା ୩୧ ତାରିଖରୁ ଜିଲ୍ଲା ବୁଲିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆସନ୍ତା ୩୧ରେ ନବୀନ ୪ ଜିଲ୍ଲା ଗସ୍ତ କରିବେ । ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଗସ୍ତ କରି କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବେ ବିରୋଧୀ ଦଳ ନେତା ।

ଗତକାଲି ଅର୍ଥାତ୍ ୩୦ ତାରିଖରେ ନବୀନ ଗଞ୍ଜମା ଜିଲ୍ଲା ଯିବାର କାର୍ଯ୍ୟକ୍ରମ ରହିଛି । ଗତ ନିର୍ବାଚନରେ ହାରିବା ପରଠାରୁ ପ୍ରଥମ ଥା ପାଇଁ ଜିଲ୍ଲା ଗସ୍ତରେ ଯାଇ ଚାଷୀଙ୍କୁ ଭେଟିବେ ନବୀନ । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ଆସିକା ଓ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଗସ୍ତ କରିବେ ।

ତେବେ କହିରଖୁଛୁ, ଆଜିଠାରୁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ କରି ବର୍ଷାରେ ହୋଇଥିବା କ୍ଷୟକ୍ଷତି ବୁଲି ଦେଖୁଛନ୍ତି । ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ସହ ଚାଷୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ୩ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତରେ ବାହାରିଛନ୍ତି । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଅସୁବିଧା ଶୁଣିବା ସହ ଫସଲର ଅବସ୍ଥା ଅନୁଧ୍ୟାନ କରୁଛନ୍ତି ।

Comments are closed.