Latest Odisha News

BREAKING NEWS

ବିବାହ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ

ଭୁବନେଶ୍ୱର: ବିବାହ ବନ୍ଧନରେ ଆବଦ୍ଧ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ଅରୁଣ ନେଦରଲାଣ୍ଡରେ ବିବାହ କରିଛନ୍ତି । ଏନେଇ ତାଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ ଅରୁଣଙ୍କ ବିବାହର ଫଟୋ ସେୟାର କରି ସୂଚନା ଦେଇଛନ୍ତି ।

ଫଟୋରେ ଅରୁଣ ବିଦେଶୀ କନ୍ୟାଙ୍କ ସହ ନଜର ଆସିଛନ୍ତି । ଯେଉଁଥିରେ ଅରୁଣ କଳା ରଙ୍ଗର ବ୍ଲେଜର ପିନ୍ଧିଥିବାବେଳେ ତାଙ୍କ ପତ୍ନୀ ଧଳା ରଙ୍ଗର ଗାଉନ ପିନ୍ଧି ହାତରେ ଫୁଲ ତୋଡା ଧରିଛନ୍ତି ।

ଏହା ସହ ଗାୟତ୍ରୀ ପଟ୍ଟନାୟକ ନିଜ ସହ ତାଙ୍କ ଭାଇ ଅରୁଣ ଓ ତାଙ୍କ ପୁଅର ଫଟୋ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.